Home କୋରାପୁଟ ବିବାଦୀୟ ଗଞେଇପଦରର ଅଭିଭାବକ ଓ  ଛାତ୍ରଛାତ୍ର୍ରୀମାନଙ୍କ ସହ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଆଲୋଚନା କଲେ

ବିବାଦୀୟ ଗଞେଇପଦରର ଅଭିଭାବକ ଓ  ଛାତ୍ରଛାତ୍ର୍ରୀମାନଙ୍କ ସହ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଆଲୋଚନା କଲେ

15

କୋରାପୁଟ  ୦୮-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜଳବିଭାଜିକା ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ କୋଟିଆ ଗସ୍ତ ସମୟରେ  ବିବାଦୀୟ ଗଞେଇପଦର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ରହିଥିବା ସମସ୍ୟା ସଂପର୍କରେ ପଚାରିବୁଝିଥିଲେ ବୋଲି ଜଣାପଡିଛି ।ରହିଥିବା ସମସ୍ୟାଗୁଡିକ ଯଥାସମ୍ଭବ ସମାଧାନ କରିବେ ବୋଲି ଶ୍ରୀ କାଲୋ ପ୍ରତିଶୃତି ଦେଇଥିବା ଜଣାପଡିଛି ।ବିବାଦୀୟ ଗ୍ରାମରେ ଜଣେ ଅଧିକାରୀ ପିଲାମାନଙ୍କ  ସହ ଆଲୋଚନା କରିଥିବାରୁ ଅଭିଭାବକମାନେ ଉତ୍ସାହିତ ହୋଇଥିବା ଜଣାପଡିଛି ।ଜଳବିଭାଜିକା ବିଭାଗ ତରଫରୁ ବିଭାଦୀୟ ଡୋଲିଆମ୍ବ ଓ ସଲଫଗୁଡା ଗ୍ରାମକୁ ପୋଷ୍ୟ ଗ୍ରାମ୍ୟ ଭାବେ ନିଆଯାଇଛି ।ଡୋଲିଆମ୍ବ ଗ୍ରାମରେ ସ୍କୁଲ , ଅଙ୍ଗନବାଡି ଓ ଚେକଡ୍ୟାମ ନିର୍ମାଣ କରିବା ନିମନ୍ତେ ଅନୁମୋଦନ କରାଯାଇଥିବା ଶ୍ରୀ କାଲୋ ସୂଚନା ଦେଇଛନ୍ତି ।୫୦ ହଜାର ଛାୟାବୃକ୍ଷ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀ କିମ୍ବା ବ୍ଲକସ୍ତରୀୟ ଅଧିକାରୀମାନେ ସପ୍ତାହକୁ ଅତ୍ୟନ୍ତ ପକ୍ଷେ ଦିନଟିଏ ବିବାଦୀୟ ଗ୍ରାମରେ ପହଂଚି ଲୋକମାନଙ୍କର ସମସ୍ୟା ବୁଝି ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.