Home ଓଡ଼ିଶା ଡଃ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍. ସଂଘର ଶୋକ ପ୍ରକଟ

ଡଃ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍. ସଂଘର ଶୋକ ପ୍ରକଟ

39

ଭୁବନେଶ୍ୱର ୧୯-୬ (ଓଡ଼ିଆ ପୁଅ) ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଡଃ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍.ସଂଘର ସଭ୍ୟ/ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି। ଆଜି ଅପରାହ୍ନରେ ଡିଜିପି କ୍ୟାମ୍ପ ଅଫିସଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଏକ ଶୋକ ସଭା ଆୟୋଜନ କରାଯାଇ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ପ୍ରାରମ୍ଭରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ। ୧୯୬୫ ମସିହାରେ ବାଲେଶ୍ୱରରେ ଜନ୍ମିତ ଡଃ ପାଣିଗ୍ରାହୀ ଓଡିଶା କ୍ୟାଡରର ଆଇପିଏସ୍ ଭାବେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭିଜିଲାନ୍ସ ଏସ୍ପି, ଭୁବନେଶ୍ୱର କଟକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଏପରିକି ଡିଆଇଜି ପୁଲିସ (ପ୍ରଶାସନ), ଆଇଜି ପୁଲିସ (କାର୍ମିକ), ଆଇଜି ପୁଲିସ (ଆଧୁନିକିକରଣ), ଏଡିଜି ପୁଲିସ (କାର୍ମିକ), କଟକ ମୁଖ୍ୟାଳୟ ସହ ଗୃହ ବିଭାଗର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିଲେ। ପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଭିଜିଲାନ୍ସ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ ୨୦୧୭ ନଭେମ୍ୱର ୧ ତରିଖରେ ସେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ଏହି ସଭାରେ ଶ୍ରୀ ଆର୍.କେ.ଶର୍ମା, ଆଇ.ପି.ଏସ୍, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ୍) , ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ.ପି.ଏସ୍, ପୋଲିସ କମିଶନର, ଅମିତାଭ ଠାକୁର, ଆଇ.ପି.ଏସ୍, ଆଇ.ଜି (ଅପରେସନ୍) ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.