Home Coronavirus Outbreak କୋଭିଡ -୧୯ ସଂକ୍ରମଣ ବୃଦ୍ଧିକୁ ଦେଖି ପଞ୍ଜାବରେ ଦୈମନ୍ଦିନ ନାଇଟ୍‌ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ୍‌

କୋଭିଡ -୧୯ ସଂକ୍ରମଣ ବୃଦ୍ଧିକୁ ଦେଖି ପଞ୍ଜାବରେ ଦୈମନ୍ଦିନ ନାଇଟ୍‌ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ୍‌

45

ନୂଆଦିଲ୍ଲୀ ଏପ୍ରିଲ୍ ୨୬ (ଓଡ଼ିଆ ପୁଅ) ରାଜ୍ୟରେ କରୋନାଭାଇରସ୍ (କୋଭିଡ୍ -୧୯) ସଂକ୍ରମଣ ବୃଦ୍ଧି ପାଇବା ପରେ ପଞ୍ଜାବ ସରକାର ସୋମବାର ଦିନ ନାଇଟ୍‌ କର୍ଫ୍ୟୁ ଏବଂ ସପ୍ତାହ ଶେଷରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସୂଚନା ଦେଇଛନ୍ତି।

ସୂଚନାମତେ ପଞ୍ଜାବରେ ପ୍ରତିଦିନ ସଂଧ୍ୟା ୬ ରୁ ସକାଳ ୫ ପର୍ଯ୍ୟନ୍ତ ରହିବ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହା ଆସନ୍ତା ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍‌ ଶୁକ୍ରବାର ସଂଧ୍ୟା ୬ ରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.