Home ଓଡ଼ିଶା ଓଡ଼ିଶା ପି.ଏସ୍‌.ୟୁ. ବିଦ୍ୟୁତ ଫେଡ଼ରେସନର ଜରୁରୀ ବୈଠକ

ଓଡ଼ିଶା ପି.ଏସ୍‌.ୟୁ. ବିଦ୍ୟୁତ ଫେଡ଼ରେସନର ଜରୁରୀ ବୈଠକ

20

ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) ବିଦ୍ୟୁତ ବଂଟନରେ ନିୟୋଜିତ ଠିକା ଶ୍ରମିକ ବିଗତ ୬ ମାସ ଧରି ସର୍ବନିମ୍ନ ମଜୁରୀ ପାଇ ନଥିବାରୁ ନିଖିଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ଏହା ଦୃଢ଼ ନିନ୍ଦା କରିବା ସଂଗେ ସଂଗେ ବକେୟା ମଜୁରୀ ତୁରନ୍ତ ପୈଠକ କରିବା ପାଇଁ ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ମୁଖ୍ୟ କାର୍ଯ୍ୟାଳୟ ଠାରେ ଓଡ଼ିଶା ପି.ଏସ୍‌.ୟୁ. ବିଦ୍ୟୁତ ଫେଡ଼େରସନ କାର୍ଯ୍ୟକାରୀ ବୈଠକରେ ଦାବି କରାଯାଇଅଛି। ସେହିପରି ବିଦ୍ୟୁତ ବଂଟନ କ୍ଷେତ୍ରରେ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ କରୁଥିବା ପ୍ରଶିକ୍ଷିତ ଶ୍ରମିକମାନଙ୍କୁ ଅଣକୁଶଳୀ ଦରମା ଦିର୍ଘ ୧୦ ବର୍ଷ ଧରି ଦିଆଯାଉଥିଲେ ହେଁ ସେମାନଙ୍କ କୁଶଳି ଶ୍ରମିକର ଦରମା ଦିଆଯାଉନାହିଁ। ଶହ ଶହ ଆଇ.ଟି.ଆଇ ଇଲେକ୍ଟ୍ରିକାଲ ସାର୍ଟିଫିକେଟ ଧାରୀ ଦିର୍ଘଦିନ ଧରି କାମ କରୁଛନ୍ତି। ଅନ୍ୟ ପକ୍ଷରେ ପୂର୍ବରୁ ଠିକା ଶ୍ରମିକମାନେ ସାପ୍ତାହିକ ଛୁଟି ସହିତ ୩୦ ଦିନ ମଜୁରୀ ପାଉଥିଲେ। କିନ୍ତୁ ଟାଟା ନବାପରେ ଏହି ସାପ୍ତାହିକ ଦରମା କାଟି ଥିବାରୁ ମାସକୁ ୧୨୦୦ ଟଙ୍କା କମ୍ ଠିକା ଶ୍ରମିକମାନଙ୍କୁ ଦିଆଯାଉଥିବାରୁ ଏହା ଦୃଢ଼ ପ୍ରତିବାଦ କରାଯାଇଛି। ପୂର୍ବରୁ ଚାକିରୀ ସର୍ତାବଳୀ ଅନୁଯାୟୀ ହେଲପର୍‌, ଲାଇନ୍‌ମ୍ୟାନ୍‌-ବି, ଡ଼ିଭିଜନ କ୍ୟାଡ଼ର ହୋଇଥିଲାବେଳେ ଓ.ପି.ଟି.ସି.ଏଲ୍‌. କର୍ତୁପକ୍ଷ କୌଣସି ଶ୍ରମିକ ସଂଘ ସହିତ ଆଲୋଚନା ନ କରି ମନଇଚ୍ଛା କର୍ପୋରେଟ୍ କ୍ୟାଡ଼ର କରି ଦୂୁର ଦୂରାନ୍ତ ସ୍ଥାନକୁ ତଳିଆ କର୍ମଚାରୀମାନଙ୍କୁ ବଦଳି କରାଯାଇ ସେମାନଙ୍କୁ ହଇରାଣ ହରକତ କରାଯାଉଛି। ଏଣୁ ଏ ସଂପର୍କରେ ଓ.ପି.ଟି.ସି.ଏଲ୍‌. କର୍ତ୍ରୁପକ୍ଷ ତୁରନ୍ତ ଫେଡ଼େରେସନ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ନିଷ୍ପତି ନେବା ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ବିଦ୍ୟୁତ କର୍ମଚାରୀମାନଙ୍କର ୦୧/୦୪/୨୦୨୦ ରୁ ନୂତନ ମଜୁରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଓ.ପି.ଟି.ସି.ଏଲ୍ କର୍ତ୍ତୃପକ୍ଷ କୌଣସି କମିଟି ଗଠନ ନ କରିବା ଫଳରେ ଆଜିକାର ବୈଠକରେ ତିବ୍ର ପ୍ରତ୍ରିକ୍ରିୟା ଦେଖାଯାଇଥିଲା। ପ୍ରଶାସନିକ ଓ ବୈଷୟିକ ମଧ୍ୟରେ ଥିବା ଦରମା ତାରତମ୍ୟ ସମାଧାନ କରିବା ପାଇଁ ଲେବର କମିଶନର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଓ.ପି.ଟି.ସି.ଏଲ କର୍ତ୍ୟୁପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଇନଥିବାରୁ ବୈଠକରେ ଖୁବ୍‌ପ୍ରକାଶ କରାଯାଇଥିଲା। ତୁରନ୍ତ ଉକ୍ତ ସମସ୍ୟାର ସମାଧାନ କରିବା ସହିତ ସମସ୍ତ ବିଦ୍ୟୁତ କର୍ମଚାରୀମାନଙ୍କୁ ବିନା ଶୋଳ୍ପରେ କୋଭିଡ଼୍‌-୧୯ ଟିକା ପ୍ରଦାନ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ତଥା ବିଦ୍ୟୁତ ଫେଡ଼େରେସନର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ପର୍ବତନ ସାଂସଦ ଦାବି କରିଛନ୍ତି। ଆଜିର ଏହି ଫେଡ଼େରସେନର ନୂତନ ଭାବେ ନାଲୋକ ଶ୍ରମିକ ୟୁନିୟନ, ଏନ୍‌.ଟି.ପି.ସି./ଟି.ଟି.ପି.ଏସ୍‌. ତାଲଚେର ଶ୍ରମିକ ୟୁନିୟନ, ଏନ୍‌.ଟି.ପି.ସି. ଇମ୍ପୋଇଜ୍ ୟୁନିୟନ, ଜଳବିଦ୍ୟୁତ ପ୍ରେଗେସିଭ୍ ରେଙ୍ଗାଲି ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ମହାସଂଘର ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରତିଶ୍ରୁତ ଦେଇଥିଲେ। ଅନ୍ୟମାନଙ୍କର ମଧ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ୟୁଥ୍ ଆଇ.ଏନ୍‌.ଟି.ୟୁ.ସିର ସଭାପତି ସତ୍ୟବ୍ରତନ ନାୟକ, ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ, ସୁଜିତ୍ କୁମାର ସେସ୍‌, ପ୍ରଦିପ୍ତ କୁମାର ସାହୁ, ସତ୍ୟାନନ୍ଦ ସାହୁ, ନିରଞ୍ଜନ ସାମଲ, ସୁଶାନ୍ତ ସାହୁ, ସଂଜୀବ ବେହେରା, ପବିତ୍ର ମୋହନ ମହାପାତ୍ର, ଜଗା ରାଓ, ଶିବ ପ୍ରସାଦ ନାଥ, ପ୍ରଭୁଦତ ମିଶ୍ର ପୁମଖୁ ଏହି ବୈଠକରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.