Home ଓଡ଼ିଶା  ଆକ୍ରମଣ ରେ ମୃତ ଯୁବକଙ୍କ ଶବ ରଖି ରାସ୍ତା ରୋକ

 ଆକ୍ରମଣ ରେ ମୃତ ଯୁବକଙ୍କ ଶବ ରଖି ରାସ୍ତା ରୋକ

45

ନୟାଗଡ/୧୬/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ଏନ୍‌.ଏ.ସି. ର ୧୫ନଂ ୱାର୍ଡ ପାମ୍ପଡା ରେ ଗତ ଜାନୁୟାରୀ ୭ ତାରିଖ ସକାଳୁ ଧାନ ଧୂଷ ଉଡିବାକୁ ନେଇ ସୁକାନ୍ତ ବେହେରା ଓ ରାଜ କିଶୋର ପ୍ରଧାନଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ରେ ରାଜ କିଶୋର ପ୍ରଧାନ, ତାଙ୍କ ୨ ପୁଅ ହୁଲୁମା ପ୍ରଧାନ ଓ ସିକନ୍ ପ୍ରଧାନ ସୁକାନ୍ତ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସୁକାନ୍ତ ଭୂବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ଗୁରୁତର ଅବସ୍ଥା ରେ ଚିକିତ୍ସାଧିନ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଭୂବନେଶ୍ୱର ରୁ ଶବ ପଞ୍ଚନାମା ହୋଇ ଗ୍ରାମକୁ ଆସିବା ପରେ ଗ୍ରାମବାସୀ ଓ ପରିବାର ସୁକାନ୍ତର ଶବକୁ ଆମ୍ବୁଲାନ୍ସ ଗାଡି ଭିତରେ ରଖି ରଣପୁର ଚାନ୍ଦପୁର ରାସ୍ତା ପାମ୍ପଡା ଛକ ଠାରେ ରାସ୍ତା ରୋକ କରିଥିବା ଜଣାପଡିଛି । ଆକ୍ରମଣ ସର୍ମ୍ପକେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କୈଣସି ଅଭିଯୁକ୍ତ କୁ ଗିରଫ କରିପାରି ନାହିଁ ।

ଯାହାଫଳରେ ପୋଲିସ ନିଷ୍କ୍ରିୟତା ର ପ୍ରତିବାଦ ଓ କ୍ଷତି ପୁରଣ ଦାବୀ ନେଇ ରାସ୍ତା ରୋକ ହୋଇଥିବା ଜଣାପଡିଛି । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ବିଭିନ୍ନ ଜାଗାରେ ଚଢାଉ କରି ଛାନ୍‌ଭିନ୍ ଚଳାଇଥିବା ଜଣାପଡିଛି । ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ରାସ୍ତା ରୋକ ସ୍ଥଳରେ ପହଞ୍ଚି ଧାରଣାକାରୀ ମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ଖବର ଲେଖା ହେଲା ପର୍ଯ୍ୟନ୍ତ ରାସ୍ତା ରୋକ ଚାଲିଥିଲା । ଘଟଣାରୁ ପ୍ରକାଶ ଗତ ଜାନୁୟାରୀ ୬ ତାରିଖ ଦିନ ସୁକାନ୍ତ ବେହେରା ମେସିନ୍ ରେ ଧାନ ଝାଡୁଥିବା ବେଳେ ରାଜ କିଶୋର ପ୍ରଧାନ ଙ୍କ ଘରକୁ ଧାନ ଧୂଷ ଉଡିଥିଲା । ଯାହାଫଳରେ ରାଜ କିଶୋର ପ୍ରଧାନ ଙ୍କ ପୁଅ ସିକନ୍ ପ୍ରଧାନ ରାତି ସାରା ସୁକାନ୍ତ ବେହେରା ଙ୍କ ପରିବାର କୁ ଗାଳିଗୁଲଚ କରିଥିଲା । ତେଣୁ ଜାନୁୟାରୀ ୭ ତାରିଖ ସକାଳୁ ଗାଳିଗୁଲଚ ସର୍ମ୍ପକେ ଭଦ୍ର ଲୋକଙ୍କ ଉପସ୍ଥିତିରେ ସିକନ୍ ପ୍ରଧାନଙ୍କୁ ପଚାରିବା ସମୟରେ ହୁଲୁମା , ସିକନ୍ ଓ ରାଜ କିଶୋର ମିଳିତ ଭାବେ ସୁକାନ୍ତ ଓ ତା ଭାଇକୁ ଆକ୍ରମଣ କରିଥିଲେ । ଆକ୍ରମଣ ରେ ଗୁରୁତର ହୋଇ ସୁକାନ୍ତ ବେହେରା ଭୂବନେଶ୍ୱର ଘରୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିଲେ । ଖବର ଲେଖା ହେଲା ପର୍ଯ୍ୟନ୍ତ ରାସ୍ତା ରୋକ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.