Home ଓଡ଼ିଶା ଏକଲବ୍ୟ ଓ ଆଶ୍ରମ ସ୍କୁଲ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନ କଲେ ଗଣ ଧାରଣା

ଏକଲବ୍ୟ ଓ ଆଶ୍ରମ ସ୍କୁଲ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନ କଲେ ଗଣ ଧାରଣା

119

ସମ୍ବଲପୁର, ୦୧/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ନିର୍ମିତ ଜ଼ିଲ୍ଲା ର ଏକ ମାତ୍ର ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟ ଆଜକୁ ୩ ବର୍ଷ ହେବ ନିର୍ମାଣ ସରିଥିଲେ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ରେ ବିଭିନ୍ନ ଆଳ ଦେଖାଇ ସରକାର କାର୍ଯ୍ୟକାରୀ କରୁନାହାନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଆଜକୁ ଦୀର୍ଘ ୩ ବର୍ଷ ହେବ ଶିକ୍ଷାଦାନ ଆରମ୍ଭ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ଜ଼ିଲ୍ଲା ରେ ଥିବା ଆଶ୍ରମ, ସେବାଶ୍ରମ କନ୍ୟା ଶ୍ରମ ତଥା ଉଚ୍ଚତର ମାଧ୍ୟମିକ ସ୍କୁଲରେ ଖାଲି ପଡ଼ିଥିବା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ନାହଁ। ଯଦି ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରା ନ ଯାଏ ତେବେ କୁଚିଣ୍ଡା ଉପ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି କୁଚିଣ୍ଡା ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଧମକ ଦେଇଛି।

ଏହି ମର୍ମରେ ପରିଷଦ ରେ ସଭାପତି ସୁବାସ ଚନ୍ଦ୍ର ନାୟକ, ସଂପାଦକ ବୃନ୍ଦାବନ ମାଝୀ ଙ୍କ ସମେତ ୧୪ ଜଣ ନେତୃ ସ୍ଥାନୀୟ ବ୍ୟକ୍ତି ସମ୍ବଲପୁର ଜିଲ୍ଲାପାଳ, ଉପ ଜିଲ୍ଲାପାଳ କୁଚିଣ୍ଡା, ଡିଡବ୍ଲୁଓ ଆଦି ଙ୍କୁ ପତ୍ର ଲେଖି ସୂଚିତ କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.