Home ଓଡ଼ିଶା ପ୍ଲାଜ୍‌ମା ଦାନରେ ଓଡିଶା ପୋଲିସର ୧୦୦ ସଂଖ୍ୟା ଅତିକ୍ରମ

ପ୍ଲାଜ୍‌ମା ଦାନରେ ଓଡିଶା ପୋଲିସର ୧୦୦ ସଂଖ୍ୟା ଅତିକ୍ରମ

68

ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୧୦୭ ଜଣ କରୋନା ଯୋଦ୍ଧା କୋଭିଡ୍ କୁ ହରାଇବା ପରେ ପ୍ଲାଜ୍‌ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧା ମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେଂନ୍ଦ୍ର ଯଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଆଇ-ଜି-ଏଚ୍, ରାଉରକେଲା, ଭିମ୍‌ସାର, ବୁର୍ଲା ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଠାରେ ବିଭିନ୍ନ ସମୟରେ ପ୍ଲାଜ୍‌ମା ଦାନ କରିଛନ୍ତି।

ନିମ୍ନରେ ବିଭିନ୍ନ ଜିଲ୍ଲା ଓ ପୋଲିସ ପ୍ରତିଷ୍ଠାନରୁ ପ୍ଲାଜ୍‌ମା ଦାନ କରିଥିବା ଯୋଦ୍ଧାଙ୍କ ସବିଶେଷ ତଥ୍ୟ ଦର୍ଶାଯାଇଛି।

(୧) ଓ-ଏସ୍-ଏ-ପି ଦ୍ୱିତୀୟ ବାଟାଲିୟନ, ଝାରସୁଗୁଡା

(୨) ଓ-ଏସ୍-ଏ-ପି ତୃତୀୟ ବାଟାଲିୟନ, କୋରାପୁଟ

(୩) ଓ-ଏସ୍-ଏ-ପି ୪ର୍ଥ ବାଟାଲିୟନ, ରାଉରକେଲା

(୪) ଓ-ଏସ୍-ଏ-ପି ଷଷ୍ଠ ବାଟାଲିୟନ, କଟକ

(୫) ଓ-ଏସ୍-ଏ-ପି ଅଷ୍ଟମ ବାଟାଲିୟନ, ଛତ୍ରପୁର

(୬) ପ୍ରଥମ, ଇଣ୍ତିଆ ରିଜର୍ଭ ବାଟାଲିୟନ, କୋରାପୁଟ

(୭) ୪ର୍ଥ ଇଣ୍ତିଆ ରିଜର୍ଭ ବାଟାଲିୟନ, ଦେଓଗଡ

(୮) ପଞ୍ଚମ ଇଣ୍ତିଆ ରିଜର୍ଭ ବାଟାଲିୟନ, ବୌଦ୍ଧ

(୯) ଅଷ୍ଟମ ସ୍ୱତନ୍ତ୍ର ଇଣ୍ତିଆ ରିଜର୍ଭ ବାଟାଲିୟନ, ଭଞ୍ଜନଗର

(୧୦) ଓ-ଏସ୍-ଏ-ପି ତୃତୀୟ ଏସ୍-ଏସ୍-ବାଟାଲିୟନ, ଗଜପତି

(୧୧) ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡ

(୧୨) ଗଞ୍ଜାମ ଜିଲ୍ଲା

(୧୩) କଟକ ଜିଲ୍ଲା

(୧୪) ପୁରୀ ଜିଲ୍ଲା

(୧୫) ନୟାଗଡ ଜିଲ୍ଲା

(୧୬) ସୁନ୍ଦରଗଡ ଜିଲ୍ଲା

(୧୭) ଗଜପତି ଜିଲ୍ଲା

(୧୮) ବ୍ରହ୍ମପୁର ପୋଲିସ ଜିଲ୍ଲା

(୧୯) ଭଦ୍ରକ ଜିଲ୍ଲା

ଆମେ ନିଶ୍ଚିତଯେ ଖୁବ୍‌ ଶୀଘ୍ର ଆମେ ଦ୍ୱିଶତକରେ ପହଞ୍ଚିବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.