Home ଅପରାଧ ଜଲେଶ୍ୱର ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍‌

ଜଲେଶ୍ୱର ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍‌

166

କଟକ ୧ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୂର୍ବତନ ଜଲେଶ୍ୱର ଆଇଆଇସି ଧନେଶ୍ୱର ସାହୁ ଡ୍ରଗ୍ସ ମାଫିଆଙ୍କ ନିକଟରୁ ଉତ୍କୋଚନେବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗରେ ରାଜ୍ୟ ଡିଜି ଅଭୟ ଆଇଆଇସି‌ଙ୍କୁ ନିଲମ୍ବନ କରିଥିଲେ। ଜଲେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଡାଉ କରୁଥିବା ସୂଚନା ମିଳିଛି। ଶ୍ରୀସାହୁଙ୍କର ସରକାରୀ କ୍ୱାର୍ଟର ଏବଂ ସମ୍ପକୀୟଙ୍କ ସମେତ ୭ ଟି ସ୍ଥାନରେ ଏକ ସମୟରେ ଚଡାଉ କରାଯାଇଥିଲା। ନିଲମ୍ବିତ ଆଇଆଇସିଙ୍କ କଟକ ଜିଲ୍ଲାର ନରସିଂହପୁରରେ ଥିବା ପୈତୃକ ଘର, ଶ୍ବଶୂର ଘର କଟକ ଓ ଭୁବନେଶ୍ବରରେ ଥିବା ଘର ଆଦିଠାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଥିଲା। ନିଲମ୍ବନ ପରେ ମଧ୍ୟ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏବେ ଭିଜିଲାନ୍ସ ସ୍କାନରରେ ଅଛନ୍ତି ଧନେଶ୍ୱର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.