Home ଅନୁଗୁଳ ଆରୋଗ୍ୟ ସେତୁ ଆପ୍ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ : ସମୀର ମହାନ୍ତି

ଆରୋଗ୍ୟ ସେତୁ ଆପ୍ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ : ସମୀର ମହାନ୍ତି

142

ଅନୁଗୋଳ,୨୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତମାନେ ପ୍ରଧାନମନ୍ତ୍ରୀଙ୍କ ପଂଚାଗ୍ରହ କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ କରୁଥିବା ବେଳେ ପ୍ରତ୍ୟେକ ଦିନ କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ମାନ ଅନୁଷ୍ଠିତ ହେଉଅଛି । ଜିଲ୍ଲା ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱ,ରାଜ୍ୟ ସଭାପତି ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅନୁଗୋଳ ଜିଲ୍ଲାର ସମସ୍ତ ୩୧ଟି ମଣ୍ଡଳର ଆରୋଗ୍ୟ ସେତୁର ସଂଯୋଜକମାନଙ୍କ ସହ ଆଲୋଚନା କରି ଆରୋଗ୍ୟ ସେତୁ ଆପ୍ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ସମସ୍ତେ ନିଜ ନିଜ ମୋବାଇଲରେ କିଭଳି ଭାବେ ଡାଉନ୍ ଲୋଡ଼ କରିବେ ସେ ବିଷୟରେ କାର୍ଯ୍ୟକର୍ତମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ,ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ବିଧାନସଭା କ୍ଷେତ୍ରର ଅଶୋକ ମହାନ୍ତି,ପ୍ରତାପ ପ୍ରଧାନ,ଭାଗିରଥି ପ୍ରଧାନ,ଅଗସ୍ତି ବେହେରା,ଆରୋଗ୍ୟ ସେତୁ ଆପ୍ ର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଚୈାଧୁରୀ ପ୍ରଧାନ,ପ୍ରକାଶ ମହାରଣାଙ୍କ ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା,ମିଡ଼ିଆସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.