Home କୋରାପୁଟ ଆନ୍ତର୍ଜାତିକ ମହିଳା ଦିବସ ଆବସରରେ କ୍ଷୁଧା ଦୁରୀକରଣ ଜାଗ୍ରତ ପ୍ରକଳ୍ପ ଶୁଭାରମ୍ଭ

ଆନ୍ତର୍ଜାତିକ ମହିଳା ଦିବସ ଆବସରରେ କ୍ଷୁଧା ଦୁରୀକରଣ ଜାଗ୍ରତ ପ୍ରକଳ୍ପ ଶୁଭାରମ୍ଭ

35

କୋରାପୁଟ  ୦୯-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଦୁର୍ଗମ ଅଂଚଳରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି ।ସ୍ୱେଛାସେବୀ  ଅନୁଷ୍ଠାନ ପ୍ରସ୍ତୁତି ଦ୍ୱାରା ପଟ୍ଟାଙ୍ଗୀ ବ୍ଲକର ତଳଗୋଲୁରୁ ପଂଚାୟତ ଅନ୍ତର୍ଗତ ଓଲାପାରୁଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ରାଇଜ ଏଗ୍ନେଷ୍ଟ ହଙ୍ଗର ଇଣ୍ଡିଆ ସହାୟତାରେ କ୍ଷୁଧା ଦୁରୀକରଣ ଜାଗ୍ରତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା ।ମହିଳା କୃଷକମାନଙ୍କ ଦ୍ୱାରା ପନିପରିବା ଚାଷ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତନ ହେବା ଦ୍ୱାରା କ୍ଷୁଧା ଦୁରୀକରଣ କରାଯାଇପାରିବ ବୋଲି ପ୍ରସ୍ତୁତିର ସଂପାଦକ ସୁଶାନ୍ତ ବଳବନ୍ତରାୟ ମତବ୍ୟକ୍ତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବ ବୋଲି ବରିଷ୍ଠ ସମାଜସେବୀ ସୁଶାନ୍ତ ମହାନ୍ତି ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମରେ ନାଏବ ସରପଂଚ ଗୁଣ୍ଡାନ୍ନା , ସରପଂଚଙ୍କ ପ୍ରତିନିଧି ଶୁକ୍ରା ବଳଦାଭୋଇଙ୍କ ସହ ସଂଖ୍ୟାଧିକ ମହିଳା ଅଂଶଗ୍ରହଣ କରିଥିଲେ ।ତଳଗୋଲୁରୁଏଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରତାପ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.