Home ଜିଲ୍ଲା ପରିକ୍ରମା ଆଗରପଡାରେ ଗଜାନନ ପୂଜା ପାଳିତ

ଆଗରପଡାରେ ଗଜାନନ ପୂଜା ପାଳିତ

31

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ବର୍ଷ କୋଭିଡ-୧୯ ଯୋଗୁଁ ସରକାର ପୂଜାପର୍ବ ପାଳନକୁ ନିଷେଧ କରିଥିବାରୁ ଗଜାନନଙ୍କ ପୂଜା ପାଳିତ ହୋଇ ପାରିନଥିଲା । କିନ୍ତୁ ଚଳିତ ବର୍ଷ ସରକାର ଜଟକଣା ମଧ୍ୟରେ ପୂଜା ପାଳନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଚଳିତ ବର୍ଷ ଆଗରପଡ଼ା ଓ ତା ଆଖପାଖ ଅଂଚଳରେ କଟକଣା ମଧ୍ୟରେ ଗଜାନନଙ୍କ ପୂଜା ପାଳିତ ହୋଇଯାଇଛିା ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ବିନା ଛାତ୍ରଛାତ୍ରୀରେ ଉକ୍ତ ପୂଜା ପାଳିତ ହୋଇଥିବାବେଳେ କ୍ଲବ ଆଦିରେ ନିରାଡ଼ମ୍ବରରେ ପାଳିତ ହୋଇଛି । ଏହି ଅବସରରେ ସ୍ଥାନୀୟ ଆଗରପଡ଼ା ଅଚଂଳର କଳାଶିକ୍ଷକ ପଦ୍ମନାଭ ସେଠୀଙ୍କ ଦ୍ୱାରା ନିର୍ମିତ ମୃଣ୍ମୟ ମୂର୍ତ୍ତୀ ଖୁବ୍ ଆକର୍ଷଣୀୟ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.