Home ଜିଲ୍ଲା ପରିକ୍ରମା ଖବର ପ୍ରକାଶ ପରେ ମରାମତି ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

ଖବର ପ୍ରକାଶ ପରେ ମରାମତି ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

42

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତାର ବିଶଲକଣା ସ୍ଟ୍ରକଚର ଠାରୁ ବଡ଼ମହିଁଷଗୋଠ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓ ଆଗରପଡ଼ା-ଭଦ୍ରକ ପୂର୍ତ୍ତବିଭାଗ ରାସ୍ତାର କାଦବରାଙ୍ଗ ଠାରୁ ରାଉତରାଗଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମରାମତି କାର୍ଯ୍ୟ ବିଭାଗ ତରଫରୁ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ବିଶଲକଣା ସ୍ଟ୍ରକଚର ଠାରୁ ବଡ଼ମହିଁଷଗୋଠ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଖାପାଖି ୨କି.ମି.ରାସ୍ତା ଉପରେ ନିର୍ଭର କରୁଥିବା ବଡ଼ମହିଁଷଗୋଠ ସମେତ ଅନ୍ୟ ୨/୩ଟି ପଂଚାୟତବାସୀ ଘୋର ଅନୁବିଧାର ସମ୍ମୁଖୀନ ହେଉଥିଲେ । ମରାମତି ଅଭାବରୁ ପିଚୁ ସବୁ ଉଠି ଯାଇ ରାସ୍ତାର ବିଭିନ୍ନ ସ୍ଥାନରେ ବଡ ଗର୍ତ୍ତମାନ ସୃଷ୍ଟିହେବା ସହିତ ଖାଲଖମାରେ ପରିପୁର୍ଣ୍ଣ ହୋଇଥିଲା । ଯାହାଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ସେହିପରି ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ କାଦବରାଙ୍ଗ ଠାରୁ ରାଉତରାଗଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ୩.୩କି.ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟିର ରକ୍ଷଣାବେକ୍ଷଣ ଦାୟୀତ୍ୱ ୨୦୧୬ ଜାନୁୟାରୀ ୧ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୧ ଜାନୁୟାରୀ ୧ତାରିଖରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା । ତେବେ ଏହି ସମୟ ମଧ୍ୟରେ ହେବାକୁ ଥିବା ମରାମତି କରାଯାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହି ରାସ୍ତା ଉପରେ କାଦବରାଙ୍ଗ, ଅଣିଜୋ, କାଉପୁର ଓ ବଡ଼ବର୍ଚ୍ଚିକୟାଁ ପଂଚାୟତର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.