Home ଜିଲ୍ଲା ପରିକ୍ରମା ଅଗଷ୍ଟକ୍ରାନ୍ତି ଐତିହାସିକ ଦିବସରେ କେନ୍ଦ୍ରରେ ମୋଦି ସରକାର ବିରୁଦ୍ଧରେ ଏଆଇସିସିଟିୟୁର ବିକ୍ଷୋଭ

ଅଗଷ୍ଟକ୍ରାନ୍ତି ଐତିହାସିକ ଦିବସରେ କେନ୍ଦ୍ରରେ ମୋଦି ସରକାର ବିରୁଦ୍ଧରେ ଏଆଇସିସିଟିୟୁର ବିକ୍ଷୋଭ

78

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରମିକ ବିରୋଧି, ଜନବିରୋଧି, ଦେଶ ବିରୋଧି ନୀତି ବିରୁଦ୍ଧରେ ଅଗଷ୍ଟ କାନ୍ତ୍ରିିଦିବସରେ ସର୍ବଭାରତୀୟ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ଜେଲଭରୋ ଆନ୍ଦୋଳନକୁ ସଫଳ କରିବା ପାଇଁ ଏଆଇସିସିଟିୟୁ ପକ୍ଷରୁ ଭଦ୍ରକ ଜିଲ୍ଲାରେ ସଟ୍ ଡାଉନ୍‌କୁ ଆଖିଆଗରେ ରଖି ସରକାରଙ୍କ ଗାଇଡ୍ ଲାଇନ ଏବଂ ସାମାଜିକ ଦୂରତା ରଖାକରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଭିଡ୍ -୧୯ କବଳରେ ଭାରତବଷର୍ରେ ସରକାରଙ୍କ ଅପରିଣାମ ଦର୍ଶୀ ନୀତି କାରଣରୁ ଆଜି ଦେଶରେ ସାଧାରଣ ମଣିଷ ନାହିଁ ନଥିବା ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଛି। କୌଣିସି ପ୍ରାକ୍ ପ୍ରସ୍ତୁତିବିନା ତରବରିଆ ଭାବରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ ଡାଉନ୍ ଓ ସଟ୍‌ଡାଉନ୍ ଘୋଷଣା ଦେଶର ଶ୍ରମ ଜୀବି ଜନତାଙ୍କ ଜୀବନ ଓ ଜୀବିକା ଛଡାଇ ନେଇଛି। ଲକ୍ଷ ଲକ୍ଷ ଶ୍ରମିକ ଆଜି ରାଜରାସ୍ତାରେ। ସେମାନଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ। ସରକାରଙ୍କ ଭୂଲ ନୀତି କାରଣରୁ ଶତାଧିକ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ଚାକିରୀ ହରାଇ, ମଜୁରୀ ନପାଇଁ ଆତ୍ମହତ୍ୟା କରିବାକୁ ସରକାର ବାଧ୍ୟ୍ୟ କରୁଛନ୍ତି। ପ୍ରବାଶୀ ଶ୍ରମିକମାନଙ୍କୁ ନିଜ ଖର୍ଚ୍ଚରେ ସେମାନଙ୍କ ଭିଟାମାଟିରେ ପହଞ୍ଚାଇବା ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାର ଭୂଲିଗଲେ। ଏପରି କି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ସ୍ୱତ୍ତେ ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇନାହିଁ। ସମସ୍ତଙ୍କୁ ଅତିକମ୍‌ରେ ଛଅମାସ ପାଇଁ ମୁଣ୍ଡପିଛା ୧୦ କିଲୋ ଖାଦ୍ୟସଶ୍ୟ, ପ୍ରତ୍ୟେକ ଆୟକର ପ୍ରଦାନ କରୁ ନ ଥିବା ପରିବାରକୁ ଛଅମାସ ପାଇଁ ମାସିଆ ୭ହଜାର ୫ଶହ ଟଙ୍କାର ସହୟତା ଯୋଗାଇ ଦେବାକୁ ଶ୍ରମିକ ସଂଗଠନର ଦାବିକୁ ସରକାର କର୍ଣ୍ଣପାତ କରୁ ନାହାନ୍ତି। ବେକାରୀ ସଂଖ୍ୟା ଆକାଶ ଛୁଆଁ ହୋଇ ୨୭ପ୍ରତିଶତରେ ପହଞ୍ଚିଲାଣି। ଆର୍ନ୍ତଜାତିକ ଶ୍ରମ ସଂଗଠନ ଆଇଏଲଓ ରିପୋର୍ଟ ଆନୁଯାଇ ୪୦କୋଟିରୁ ଉର୍ଦ୍ଧଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ବିଶେଷଜ୍ଞ ଙ୍କ ମତରେ ଗରିବ, ଦୃଷ୍ଟିହୀନତା ଓ ଅନାହାର କାରଣରୁ ମୃତ୍ୟୁ ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଛି।୧୯୫୫ ମସିହାରେ ଅତ୍ୟବଶ୍ୟକ ସାମଗ୍ରିକ ଆଇନ୍ ସଂଶୋଧନ କରି କୃଷକ ଓ ସାଧାରଣ ଖାଉଟି ବିରୋଧୀ ନୀତିକୁ ତୀବ୍‌୍ରତର କରିଛି। ବହୁ ଆଡମ୍ବରରେ ଲଘୁକ୍ରୀୟା ପରି ତଥାକଥିତ ୨୦ଲକ୍ଷ କୋଟିର ପ୍ୟାକେଜ୍ ଗରିବ ମଣିଷପ୍ରତି କୃର୍ ଉପହାସ। ଏହି ପ୍ୟାକେଜ୍‌ରେ ସାଧାରଣଲୋକ, ଚାଷୀ ଓ ଶ୍ରମିକମାନଙ୍କ ପାଇଁ ବାସ୍ତବ କ୍ଷେତ୍ରରେ ଜିଡିପିର ଏକପ୍ରତିଶତରୁ ମଧ୍ୟ୍ୟ କମ୍। କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ପ୍ରତିବାଦ ସତ୍ତେ ଅଡଚାଳିଶ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ଅଡସଠି ଲକ୍ଷ ପ୍ରେନସନ୍ ଧାରୀଙ୍କ ମହଙ୍ଗା ଭତ୍ତା ସରକାର ବହନ କରିଛନ୍ତି।ରାଜ୍ୟ ସରକାର କର୍ପୋରେଟ୍ ସ୍ୱାର୍ଥରେ ଶ୍ରମଆଇନ୍ ସଂଶୋଧନ କରୁଛନ୍ତି। କାରଖାନା ଆଇନ୍ ୧୯୪୮କୁ ପରିବର୍ତ୍ତନ କରି ଦୌନିକ ଶ୍ରମନିଘଣ୍ଟକୁ ଆଠଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି, ଶିଳ୍ପବିବାଦ ଆଇନ୍ ୧୯୪୭କୁ ପରିବର୍ତ୍ତନ କରି ୩ଶହ ଶ୍ରମିକ ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା କାରଖାନାରେ ତାଲାବନ୍ଦ ଓ ଶ୍ରମିକ ଛଟେଇ ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏହି କାରଖାନାଗୁଡିକରେ ଶ୍ରମଆଇନ୍‌ଗୁଡିକ କାର୍ଯ୍ୟକାରୀ ହେଉଛି କିନାହିଁ ତାହା ଆଉ ଶ୍ରମବିଭାଗ ତଦାରକ କରିପାରିବ ନାହିଁ।ଫଳରେ ଶ୍ରମିକ ଶୋଷଣ ସୀମା ରହିବ ନାହିଁ। ଶ୍ରମିକର ଅଜିତ ଛୁଟିକୁ ୨୪୦ଦିନରୁ ୧୮୦ଦିନକୁ କମାଇ ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି କୋଭିଡ୍ ଯୋଦ୍ଧା ଭାବରେ କାର୍ଯ୍ୟରତ ସଫେଇ କର୍ମଚାରୀ, ଅଙ୍ଗନୱାଡି, ଆଶା, ମଧ୍ୟ୍ୟାହ୍ନ ଭୋଜନ ପାଚିକା, ୧୦୮ଆମ୍ଭୁଲାନ୍ସ କର୍ମଚାରୀମାନଙ୍କ ପାଇଁ ସରକାର କୌଣିସି ପ୍ରସୋôହନ କରିନାହାନ୍ତି। ଏହି ଆନ୍ଦୋଳନରେ ଶ୍ରମିକନେତା ସମର ବଳ, ପୂର୍ଣ୍ଣଚନ୍ଦ୍ର ଦାସ, ଜୟନ୍ତି ବିଶ୍ୱାଳ, ସଂଗ୍ରାମ ବଳ, ଜଗନ୍ନାଥ ବେହେରା, ରମାକାନ୍ତ ଦାସ, ଲକ୍ଷ୍ମୀପ୍ରିୟା ଦାସ, ସଦ୍ଧ୍ୟାରାଣୀ ସାମଲ, ଶଙ୍କର ପ୍ରଧାନ, ରବିନ୍ଦ୍ର ସାମଲ, ମାନଗୋବିନ୍ଦ୍ର ମଲ୍ଲିକ୍‌, ବିଶ୍ୱରଂଜନ ନାୟକ ପ୍ରମୁଖ ଏହି ଆନ୍ଦୋଳନରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.