Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା – ସମସ୍ତଙ୍କ କୋଭିଡ୍ ପରୀକ୍ଷା...

ଧାମରା ବନ୍ଦରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା – ସମସ୍ତଙ୍କ କୋଭିଡ୍ ପରୀକ୍ଷା କରିବା ଜରୁରୀ- ଅମୀୟ ମହାପାତ୍ର

71

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା ବନ୍ଦରରେ ଆଜି ଆସି ପହଂଚିଥିବା ୭୦ଜଣ ଶ୍ରମିକଙ୍କୁ ନେଇ ଉତେଜନା ଦେଖା ଦେଇଛି। ଆଜି ସକାଳ ୭ଟାରେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ବାମାଖ୍ୟାପ (ଡ୍ୱୁଲବି ୫୧-୮୩୯୨) ବସରେ ୭୦ଜଣ ଶ୍ରମିକ ଆସି ଧାମରା ବନ୍ଦର ଏଲ ଏନ ଜି ଗ୍ୟାସ ପ୍ରକଳ୍ପରେ ଏଲ ଆଣ୍ଡ ଟି କମ୍ପାନୀରେ କାର୍ଯ୍ୟ କରିବା ପାଇଁ ପହଂଚିଥିଲେ। ଏହି ଶ୍ରମିକ ମାନଙ୍କୁ ଦେଖି ସ୍ଥାନୀୟ ଜନସାଧାରଣ ଆସି ଏହି ବସକୁ ଅଟକାଇବା ସହ ସେମାନଙ୍କୁ ପଶ୍ଚିମବଙ୍ଗ େ‘ରିଯିବା ପାଇ କହିଥିଲେ ନତୁବା ଆସିଥିବା ସମସ୍ତ ଶ୍ରମିକ ମାନଙ୍କର କୋବିଦ ପରୀକ୍ଷା କରାଯିବାକୁ ଅଡି ବସିଥିଲେ। ଏହି ଖବର ପାଇ ଧାମରା ବନ୍ଦର ପ୍ରକଳ୍ପରେ କାର୍ଯ୍ୟରତ ଏଲ ଆଣ୍ଡ ଟିର ଅଧିକାରୀ ଆସି ସେହି ସ୍ଥାନରେ ପହଂଚିଥିଲେ। ସମସ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ସହ ଆସିଥିବା ସମସ୍ତ ଶ୍ରମିକ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି କହିଥିଲେ। ଏତିକିରେ କଥା ସମାଧାନ ହୋଇ ନଥିଲା ସ୍ଥାନୀୟ ଅଂଚଳବାସୀ କାହିଁକି ଏବଂ କେଉଁ ପରିପ୍ରେକ୍ଷୀରେ ବାହାର ରାଜ୍ୟରୁ ଶ୍ରମିକ ଆଣୁଛ ବୋଲି ପ୍ରଶ୍ନ କରିବା ସହ ସ୍ଥାନୀୟ ଅଂଚଳରେ ଥିବା ଶ୍ରମିକ ମାନଙ୍କୁ ନେଇ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିବା ପାଇ ଅଡି ବସିଥିଲେ। ଏଲ ଆଣ୍ଡ ଟିର ଅଧିକାରୀ ଆଗାମୀ ଦିନରେ ସ୍ଥାନୀୟ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ଦିଆଯିବ ବୋଲି ମୌଖିକ ପ୍ରତିଶ୍ରୁତି ଦେଇଥିଲେ।ଧାମରା ବନ୍ଦରାଂଚଳରେ ନିକଟରେ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଧାମରା ବନ୍ଦର ମଧ୍ୟକୁ ଇତି ମଧ୍ୟରେ ଆସିଥିବା ୫ଶହରୁ ଉର୍ଦ୍ଧ ସମସ୍ତ ଶ୍ରମିକ ମାନଙ୍କ ର କୋବିଦ ପରୀକ୍ଷା କରାଯିବା ଜରୁରୀ ବୋଲି କଂଗ୍ରେସ ନେତା ଅମୀୟ ମହାପାତ୍ର ମତ ରଖିଛନ୍ତି।ଏହି କଥାକୁ ନେଇ ଅମୀୟ ମହାପାତ୍ର ଭଦ୍ରକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ। ଜିଲ୍ଲାପାଳ ତାଙ୍କ ଆଦେଶରେ ଧାମରା ବନ୍ଦର ମଧ୍ୟକୁ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଶ୍ରମିକ ମାନଙ୍କ କରୋନା ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିବା ସତ୍ୱେ ଏହା କାହିଁକି ପାଳନ କରାଯାଉ ନାହିଁ ବୋଲି ସେ ପଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.