Home Coronavirus Outbreak ଚିହ୍ନଟ ହେଲେ ୫୮, ସଂଖ୍ୟା ୯ଶହ ଟପିଲା

ଚିହ୍ନଟ ହେଲେ ୫୮, ସଂଖ୍ୟା ୯ଶହ ଟପିଲା

109

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ଚିହ୍ନଟ ହେଲେ ଆଉ ୫୮ ନୂତନ ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ମାତ୍ର ଜଣେ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିବା ବେଳେ ୫୭ଜଣ ସ୍ଥାନୀୟ ଆକ୍ରାନ୍ତ। ଏହି ଚିହ୍ନଟ ଆକ୍ରାନ୍ତଙ୍କ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଶହ ପାର ହୋଇ ୯୧୫ ହୋଇଛି। ଜିଲ୍ଲାରୁ ମୋଟ ୨୨ହଜାର ୩୫୩ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ୬୫୩ ଜଣ ମଧ୍ୟ ସୁସ ୍ଥହୋଇ ସାରିଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତ ୨୫୮ଜଣ ଅଛନ୍ତି। କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ଜଣେ ଆକ୍ରାନ୍ତ ହେଲେ ତହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଉପାଳ ଗ୍ରାମର ଏବଂ ସେ ସାଉଦି ଆରବରୁ ଆସି କ୍ୱାରେଣ୍ଟିନ ହୋଇଥିଲେ। ତାଙ୍କ ବ୍ୟତୀତ ଲୋକାଲ କଣ୍ଟାକ୍ଟ ଭାବେ ବନ୍ତ ବ୍ଲକ ଆଗରପଡାର ଜଣେ ସେ ଭୁବନେଶ୍ୱରର କିମ୍‌ସ୍‌ରେ ଚିକିତ୍ସାଧିନ, ଜଣେ ଧାମନଗର ବ୍ଲକ ପଳିକିରି ଗ୍ରାର ସେ ଭୁବନେଶ୍ୱରର ସମ୍ ହସ୍‌ପିଟାଲରେ ଚକିିତ୍ସାଧିନ ଥାଇ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ବାକି ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ୯ ନଂ ୱାର୍ଡର ବାଗୁରାଇ ଗ୍ରାମରୁ ୩ଜଣ, ୧୮ ନଂ ୱାର୍ଡ ଚନ୍ଦନବଜାରରୁ ଜଣେ, ସରକାର ନଗରରୁ ଜଣେ, ଡାହାଣିଗଡିଆରୁ ଜଣେ, ମଠସାହିରୁ ଜଣେ, ବାଇପାସ୍‌ରୁ ୨ଜଣ, ୮ ନଂ ୱାର୍ଡ ତେନ୍ତୁଲାଇ ଗ୍ରାମରୁ ଜଣେ, ୭ନଂ ୱାର୍ଡ ଗବସାହିରୁ ଜଣେ, କୁଆଁସ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି। ବନ୍ତ ବ୍ଲକ କାଣ୍ଡବା ଗ୍ରାମରୁ ୨୦ଜଣ, ଚାରିଗାଁ ଗ୍ରାମରୁ ଜଣେ, ସଖୀପାଟଣା ଗ୍ରାମରୁ ଜଣେ, ବନ୍ତ ଗ୍ରାମରୁ ୨ଜଣ, କୁମ୍ଭକରାଳ ଗ୍ରାମରୁ ୪ଜଣ, ତିହିଡି ବ୍ଲକ ପାଳିଆବିନ୍ଧା ଗ୍ରାମରୁ ଜଣେ, ଭାଟପଡା ତିହିଡି ଗ୍ରାମରୁ ଜଣେ, ଭଦ୍ରକ ବ୍ଲକ ରାଜୁଆଳିବିନ୍ଧା ଗ୍ରାମରୁ ଜଣେ, ଲାଙ୍ଗୁଡି ଗ୍ରାମରୁ ଜଣେ, ଓଲଙ୍ଗ ଗ୍ରାମରୁ ଜଣେ, କେଦାରପୁର ହରିଶଙ୍କରପୁର ଗ୍ରାମରୁ ୨ଜଣ, କାଉପୁର ଏଡାଦେଇପୁର ଗ୍ରାମରୁ ଜଣେ, ସାବରଙ୍ଗ ଗ୍ରାମରୁ ୨ଜଣ, କୋଡବରୁଆଁ ଗ୍ରାମରୁ ଜଣେ, ଖଣ୍ଡତଡା ପଞ୍ଚାୟତ ବିଜେଗଙ୍ଗାଧରପୁର ଗ୍ରାମରୁ ଜଣେ, ରାହାଞ୍ଜ ଅସୁରା ଗ୍ରାମରୁ ଜଣେ, ବାରିକଛକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.