Home ଜିଲ୍ଲା ପରିକ୍ରମା ଅଂଶୁଘାତକୁ ନାହିଁ ଡର, ପ୍ରଚଣ୍ଡ ରୌଦ୍ରତାପରେ ଶ୍ରମିକ କରୁଛନ୍ତି କାମ

ଅଂଶୁଘାତକୁ ନାହିଁ ଡର, ପ୍ରଚଣ୍ଡ ରୌଦ୍ରତାପରେ ଶ୍ରମିକ କରୁଛନ୍ତି କାମ

50

ନୟାଗଡ଼ ୧୬/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଦିନକୁ ଦିନ ରୌଦ୍ରତାପ ବଢିବାରେ ଲାଗିଛି। ଦିନରେ ରୌଦ୍ରତାପ ଅପରାହ୍ନରେ କାଳବୈଶାଖି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସରକାର ଅଂଶୁଘତକୁ ରୋକିବା ପାଇଁ ଉଦୁଉଦିଆ ଦ୍ୱିପ୍ରହର ପ୍ରଚଣ୍ଡ ରୌଦ୍ରତାପରେ କାମ କରିବାକୁ ମନା କରିଥିବା ବେଳେ ଠିକାଦାରଙ୍କ ଚାପରେ ଖରାରେ କାମ କରିବା ପାଇଁ ବାଧ୍ୟ ହେଉଥିବା ଜଣାପଡିଛି। ସେଭଳି ଦେଖିବାକୁ ମିଳିଛି ରଣପୁର ଜେଲ ଛକ ସବ୍‌ଜଜ୍ ଅଦାଲତ ନିର୍ମାଣ କାର୍ଯ୍ୟରେ।

୩ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରଚଣ୍ଡ ରୈାଦ୍ରତାପ ଦିନ ଗୋଟାଏ ବେଳେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏ ସର୍ମ୍ପକେ ରଣପୁର ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସରକାରଙ୍କ ନିୟମ ଅନୁଯାଇ ଦିନ ୧୨ ଟା ମଧ୍ୟରେ କାର୍ଯ୍ୟ ବନ୍ଦ କରିବା କଥା। ଶ୍ରମିକମାନେ ଠିକାରେ କାର୍ଯ୍ୟ କରୁଥିବା ଯୋଗୁଁ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ତଥାପି ଅଂଶୁଘାତକୁ ରୋକିବା ନେଇ ପ୍ରଚଣ୍ଡ ରୈାଦ୍ର ତାପରେ ଦିନ ୧୨ଟା ପରେ କାର୍ଯ୍ୟ କରିବା ପାଇଁ ବାରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.