Home ଜିଲ୍ଲା ପରିକ୍ରମା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଭିଯୋଗ ଶୁଣାଣି

ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଭିଯୋଗ ଶୁଣାଣି

37

ନୟାଗଡ଼ ୧୬/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ପଦରେ ରଙ୍ଗିନ୍ ମହାନ୍ତି ଯୋଗଦାନ ପରେ ଏକ ନୂତନ ଢାଞ୍ଚାରେ ୱାର୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ବୈଠକ ଆରମ୍ଭ କରିଥିବା ଜଣାପଡ଼ିଛି। ଏପ୍ରିଲ ୧୬ ତାରିଖ ଦିବା ୧୦ ଘଟିକା ସମୟରେ ୫ ନଂ ୱାର୍ଡରେ ଅଭିଯୋଗ ଶୁଣାଣି ବୈଠକ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୌଣସି କାରଣରୁ ଯୋଗ ଦେଇନଥିଲେ। ଅଧ୍ୟକ୍ଷା ରଙ୍ଗିନ ମହାନ୍ତି ମୁନିସପାଲ ଯନ୍ତ୍ରୀ ବାଇଧର ରାଉତ ଓ ଅନ୍ୟକର୍ମଚାରୀ ମାନେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୫ ନଂ ୱାର୍ଡର ପ୍ରସନ୍ନ ପଟ୍ଟନାୟକ ଙ୍କ ସହ ଅନ୍ୟମାନେ ଯୋଗଦେଇ ୫ ନଂ ୱାର୍ଡରେ ଡ୍ରେନ ସମସ୍ୟା, ବିଦ୍ୟୁତ ଖୁଣ୍ଟ ଓ ତାର ଅପସାରଣ ସମସ୍ୟା, ଦିନେ ଛଡା ଦିନେ ପାନୀୟଜଳ ମିଳିବା ସମସ୍ୟା, ପକ୍କାରାସ୍ତା ନଥିବା ସମସ୍ୟା ଓ ଜାଗା ମିଶନ୍ ରେ କିଛିଲୋକ ବହୁବର୍ଷଧରି ରହୁଥିଲେ ମଧ୍ୟ ସେମାନଙ୍କୁ ଘରଡିହ ପଟ୍ଟା ନମିଳିବା ଭଳି ୧୯ ଗୋଟି ସାମୁହିକ ସମସ୍ୟା ଅଭିଯୋଗ ଆଣିଥିଲେ।

ସେହିଭଳି ଭାବରେ ବ୍ୟକ୍ତିଗତ ସମସ୍ୟା ଭାବରେ ୬୧ ଗୋଟି ସମସ୍ୟା ଅଭିଯୋଗ ଆସିଥିଲା। ଅଭିଯୋଗ ଭିତରେ ରହିଛି ଜାଗା ମିଶନ୍, ଆବାସ ଯୋଜନା, ଖାଉଟି କାର୍ଡ ଓ ପାଇଖାନା ଯୋଗାଣ ନେଇ ଅଭିଯୋଗ ଆସିଥିଲା। ପ୍ରସନ୍ନ ପଟ୍ଟନାୟକ ଙ୍କ ଅଭିଯୋଗ ଅନୁଯାଇ ୫ ବର୍ଷହେଲା ସାମୁହିକ ସମସ୍ୟା ଅଭିଯୋଗ ଆସିଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇପାରିନାହିଁ। ଅଧ୍ୟକ୍ଷା ରଙ୍ଗିନ ମହାନ୍ତି ସମସ୍ୟା ଗୁଡିକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି କହିଛନ୍ତି। ପୁର୍ବରୁ ୩ନଂ ୱାର୍ଡରେ ଅଭିଯୋଗ ଶୁଣାଣି ବୈଠକ କରାଯାଇଥିଲା। ଆଗାମୀ ଦିନରେ ଅନ୍ୟ ସମସ୍ତ ୱାର୍ଡରେ ଅଭିଯୋଗ ଶୁଣାଣି କରାଯିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.