Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଏଡସ ଦିବସ ପାଳନ,୨୯୭ ଏଡସ ରୋଗୀ ଚିହ୍ନଟ,୨୫ଜଣଙ୍କ ମୃତ୍ୟୁ

ମାଲକାନଗିରି ଜିଲ୍ଲାରେ ଏଡସ ଦିବସ ପାଳନ,୨୯୭ ଏଡସ ରୋଗୀ ଚିହ୍ନଟ,୨୫ଜଣଙ୍କ ମୃତ୍ୟୁ

119

ମାଲକାନଗିରି,୧ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଓ ପରିବର୍ତନ ସ୍ୱେଚ୍ଛାସେବୀ ଅନୁଷ୍ଟାନର ମିଳିତ ସହ ଯୋଗରେ ସ୍ଥାନିୟ ସିଡିଏମଓ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଶ୍ୱଏଡସ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ  ଲିଙ୍ଗରାଜପଣ୍ଡା ଯୋଗଦେଇ ଏଡସ ଜନସଚେତନତା ସୋଭାଯାତ୍ରାକୁ ଉଦଘାଟନକରିଥିଲେ । ଓମ ଭୂର୍ବଭୂସ୍ବ  ଓ ଘଡେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ  ଏଡସ ଜନସଚେତନତାର ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନପକାଇ ସିଡିଏମଓ କାର୍ଯ୍ୟାଳୟଠାରୁ ବସଷ୍ଟାଣ୍ଡ କୁ ସୋଭାଯାତ୍ରାରେ ଯାଇ ସହର ପରିକ୍ରମାକରିଥିଲେ । ପରେ ଏଡିଏମଓ ଓ ଜିଲ୍ଲାଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅମରେନ୍ଦ୍ର ନାଥ ମାହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନକରା ଯାଇଥିଲା । ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଡା କଲ୍ୟାଣକୁମାର ସରକାର,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଅଜୟକୁମାର ବୈଠାରୁ,ଏଡିଏମଓ ଓ ଜିଲ୍ଲା ହସପିଟାଲ ସୁପରିଟେଣ୍ଡେଟଂ ଡା ଅନିଲକୁମାର ମିଶ୍ର, ଏଡିଏମଓ ଶଶିଭୁଷଣ ମହାପାତ୍ର,ଡିପିଏମ ସୁଦିପ୍ତକେଶ  ପ୍ରମୁଖ ଯୋଗଦେଇ ଭୟାବହ ଏଡସ  ରୁ ଦୁରେଇ ରହି ଏହାର ପ୍ରତିକାର ପ୍ରତି ଜନ ସଚେତନତା ସୃଷ୍ଟିକରିବା ଦରକାର ବୋଲି କହିଥିଲେ । ମାଲକାନଗିରି ଜିଲ୍ଲାରେ ଗତ ୨୦୦୬ ମସିହାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ୪୬୫୧୨ଜଣଙ୍କ ର ଏଚଆଇଭି ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୯୭ଜଣ ଏଡସ ରୋଗରେ ପିଡିତ ଥିବା ବେଳେ୨୫ଜଣଙ୍କର ମୃତ୍ୟୁ ଘଟିଛି । ଏଡସ ରୋଗରେ ଆକ୍ରାନ୍ତ ମାନଙ୍କୁ କୋରାପୁଟ ଓ ମାଲକାନଗିରି ହସପିଟାଲରୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି ବୋଲି ଡା ଶ୍ରୀ ମହାନ୍ତି ସୁଚନାଦେଇଥିଲେ ।ଏହି ଅବସରରେ ଯକ୍ଷ୍ମା ନିୟନ୍ତ୍ରଣ ସେଲର ସଂଯୋଜକ ପି.ଇଶ୍ୱରରାଓ,ଶ୍ରଦ୍ଧାନନ୍ଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ  ଏଡସ ସେଲର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ  ବାବୁଜି ଖରା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନୁରୁପ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ପ୍ରାଧିକରଣ ସଚିବ ଅମରେଶ  ନାୟକ ଅଧ୍ୟକ୍ଷତାରେ  ଏଡସ ଦିବସ ପାଳତି ହୋଇ ଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାଜଜ ମାନସ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଏଡିଏମଓ ଶଶିଭୁଷଣ ମହାପାତ୍ର,ଅଧ୍ୟାପକ ରଜଂନକୁମାରସ୍ୱାଇଁ ପ୍ରମୁଖ ଯୋଗଦେଇ ଊୟାବହ ଏଡସ ରୋଗସଂପର୍କରେ କହିଥିଲେ । ଜିଲ୍ଲାରେ ଉପଯୁକ୍ତଭାବେ ଜନସଚେତନା ଅଭାବରୁ ଆନ୍ଦ୍ର ଛତିଶଗଡ ରାଜ୍ୟସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ  ୨୯୭ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୫ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଜନସଚେତନତା ଅଭାବରୁ ଏଡସ ରୋଗ କାୟାବିସ୍ତାର କରିଛି,ପ୍ରକୃତରେ ଏହି ଏଡସ ରୋଗୀ ଚିହ୍ନଟ ଓ ମୃତ୍ୟୁସଂଖ୍ୟା ସରକାରି ଆକଳନ ଠାରୁ ଅନେକ ଅଧିକ ଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ବହୁସଂଖ୍ୟାରେ ରାଜ୍ୟବାହରକୁ ଦାଦନଖଟିବାକୁ ମହିଳା ଓ ପୁରୁଷ ମାନେ ଯାଇଥାନ୍ତି, ଜନସଚେତନତା ଅଭାବରୁ ବିଭିନ୍ନ କାରଣରୁ ସେମାନେ ଅଜାଣତରେ ଏଡସ ଭୁତାଣୁ ଦ୍ୱାରା ଶିକାର ହୋଇଥାନ୍ତି, ଲୋକ ଲଜ୍ୟାପାଇଁ ଏହାକୁ ଲୁଚାଇରଖି କିଏ ମୃତ୍ୟୁବରଣ କରିଥାଏ ତ ଅନ୍ୟ କିଏ ରୋଗ ଯନ୍ତ୍ରଣାରେ ଛଟପଟ ହୋଇମରଣ କୁ ଅପେକ୍ଷା କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.