Home ଜିଲ୍ଲା ପରିକ୍ରମା ବିଏସଏଫ ପ୍ରତିଷ୍ଟା ଦିବସ ଅବସର ରେ ମାଓପ୍ରବଣ ଅଚଂଳରେ ନୂଆ ବିଏସଏଫ କ୍ୟାମ୍ପପ୍ରତିଷ୍ଟା

ବିଏସଏଫ ପ୍ରତିଷ୍ଟା ଦିବସ ଅବସର ରେ ମାଓପ୍ରବଣ ଅଚଂଳରେ ନୂଆ ବିଏସଏଫ କ୍ୟାମ୍ପପ୍ରତିଷ୍ଟା

101

ମାଲକାନଗିରି,୧ା୧୨ (ଓଡିଆ ପୁଅ )  ସୀମାସୁରକ୍ଷା ବାହିନୀର ପ୍ରତିଷ୍ଟା ଦିବସ ଅବସରରେ  ମାଲକାନଗିରି ଜିଲ୍ଲା ନାକାମାମୁଡି ପଚାୟଂତ ମାଓପ୍ରବଣ ପିପିଳିପଦ ଗ୍ରାମରେ ଏକ ନୂତନ ବିଏସଏଫ କ୍ୟାମ୍ପଆଜି ପ୍ରତିଷ୍ଟା କରାଯାଇଛି । ଆଗରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଜାନବାଇ, ବଡପଡା, ଜନତାପାଇ, କୁନ୍ତୁରପଦର,ଚିତ୍ରକୋଣ୍ଡା,ଡାଇକ୩ ଠାରେ ବିଏସଏଫ କ୍ୟମ୍ପ ପ୍ରତିଷ୍ଟା କରାଯାଇଥିଲା । ଏହାକୁ ଲଗାଇ ସ୍ୱାଭିମାନଅଚଂଳରେ ୭ଟି ବିଏସଏଫ କ୍ୟାମ୍ପ ଖୋଲାଯାଇଛି । ଏହି ସବୁଅଚଂଳ ମାଓପ୍ରବଣ ହୋଇଥିବାରୁ ମାଓବାଦୀ ମାନେ ରାସ୍ତା ଘାଟ,ପୋଲ ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରିବାରେ ବାଧା ସୃଷ୍ଟିକରିଥାନ୍ତି । ସେଥିପ୍ରତି ଗୁରୁତ୍ୱ ଦେଇ ମାଓପ୍ରବଣ ପିପିଳିପଦର ଗ୍ରାମଠାରେ ଆଜି ଠାରୁ ନୂତନ ଭାବେ ଆଉ ଏକ ନୂତନ ଭାବେ ବିଏସଏଫ କ୍ୟାମ୍ପଖୋଲା ଯାଇଛି । ଏହା ଦ୍ୱାରା ସେହି ସବୁଅଚଂଳ ରେ ରାସ୍ତା,ପୋଲ,ବିଦ୍ୟୁତ,ଶିକ୍ଷା,ସ୍ୱାସ୍ଥ୍ୟ ପାନୀୟ ଜଳବ୍ୟସ୍ଥା ପକ୍କାଗୃହ ନିର୍ମାଣ ସହିତ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟ ମାଓବାଦୀଙ୍କ ଭୟକୁ ଭୃକ୍ଷେପ ନକରି ନିର୍ଭୟରେ କରାଯାଇ ପାରିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୁଚନାଦେଇଛନ୍ତି । ଏହି ବିଏସଏଫ କ୍ୟାମ୍ପଟି  ଚିତ୍ରକୋଣ୍ଡା ଜଳଭଣ୍ଡାର ଡାଇକ୩ ଠାରୁ ୭କିମି ଦୂରରେ ଖୋଲାଯାଇଛି । ଏହା ଆନୁଷ୍ଟିନିକ ଭାବେ ଉଦଘାଟିତ ହୋଇନଥିଲେ ମଧ୍ୟ କ୍ୟାମ୍ପ ଖୋଲାଯାଇ ସେଠାରେ ଯବାନ ମାନଙ୍କୁ  ମୁତୟନ କରାଯାଇଛି । ଡିସେମ୍ବର ୨ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ହେଉଥିବାରୁ ପିପିଳିପଦର କ୍ୟାମ୍ପର ବିଏସଏଫ  ଯବାନମାନେ ଆଜି ଠାରୁ ମାଓପ୍ରବଣ ଇଲାକାରେ କମ୍ବିଂ ଓ ସର୍ଚଅପରେସନ ଆରମ୍ଭ  କରିଦେଇଛନ୍ତି । ନୂତନ ଭାବେ ଏହି ବିଏସଏଫ କ୍ୟାମ୍ପପ୍ରତିଷ୍ଟା ହେବାପରେ ପିପିଳିପଦର,ନାକାମାମୁଡି ଓ ତାର ଆଖପାଖ ଗ୍ରାମବାସୀ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.