Home ଜିଲ୍ଲା ପରିକ୍ରମା ବେଲଗାମ ବିଦ୍ୟୁତ୍ ଚୋରି; ୨ହୁକ ବ୍ୟବହାରକାରୀଙ୍କ ନାମରେ ଏତାଲା ଦେଲେ ଜେ.ଇ.

ବେଲଗାମ ବିଦ୍ୟୁତ୍ ଚୋରି; ୨ହୁକ ବ୍ୟବହାରକାରୀଙ୍କ ନାମରେ ଏତାଲା ଦେଲେ ଜେ.ଇ.

50

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେସ୍କୋ ବିଭାଗ ଉପରେ କ୍ରମାଗତ ଭାବେ ବିଦ୍ୟୁତ ଦେୟ ବଢିଚାଲିଛି । ଉପଭୋକ୍ତାଙ୍କ ଉପରେ ଅନାଦାୟ ବିଦ୍ୟୁତ ଅର୍ଥ ମଧ୍ୟ ବଢିଚାଲିଛି । ତା ସହ ବଢିଚାଲଛି ବିଦ୍ୟୁତ୍ ଚୋରି । ଦିନକୁ ଦିନ ବିଦ୍ୟୁତ ଚୋରି ବ୍ୟାପକ ହେବାରେ ଲାଗିଛି । ଗ୍ରାମାଞ୍ଚଳରେ ଏହା ବେଧଡକ ଭାବେ ଚାଲିଛି । ସ୍ଥାନୀୟ ନେସ୍କୋ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ ଦୁଇଜଣ ହୁକ ବ୍ୟବହାରକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ସରସଦା ପଞ୍ଚାୟତ ଅନ୍ତର୍ଗତ ନେନ୍ତିପୁର ଗ୍ରାମର ଶୁଭମ ନାୟକ ନିର୍ମାଣାଧିନ ଗୃହକୁ ହୁକପକାଇ ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ବିଭାଗୀୟ କର୍ମଚାରୀମାନେ ଜବତ କରିବା ସମୟରେ ଶୁଭମ ବଳପୂର୍ବକ ଜବତ ତାରଆଦି ଛଡାଇ ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଶୁଭମର ପିତା ଶରତଙ୍କ ନାମରେ କୁରିକଣା ଗ୍ରାମରେ ଉପଭୋକ୍ତା ଭାବେ ୩୮,୬୭୬ଟଙ୍କା ଦେୟ ଖିଲାଫି ହୋଇ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଶୁଭମ ମାତା ଚନ୍ଦ୍ରବତୀଙ୍କ ନାମରେ ନୂତନ ଉପଭୋକ୍ତା ପାଇଁ ଆବେଦନ କରିଥିଲେ । ସ୍ୱାମୀ ଖିଲାଫି ଥିବାରୁ ଚନ୍ଦ୍ରବତୀଙ୍କ ଦରଖାସ୍ତକୁ ନାକଚ କରିଦିଆଯାଇ ବକେୟା ପୈଠ କରିବାକୁ ପରାମର୍ଶ ଦିଆଯାଇଥିଲା । ମାତ୍ର ଏବେ ହୁକ ପକାଇ ବିଦ୍ୟୁତ ଚୋରି କରୁଥିବା ବେଳେ ପ୍ରତିରୋଧ କରିବାୁ ଶୁଭମ ନାମରେ ଅଭିଯୋଗ ହୋଇଛି । ସେହିପରି ରଣଜିତ ଗ୍ରାମର କାମଦେବ ରାଉତଙ୍କ ବିଦ୍ୟୁତ ସଂଯୋଗ ସମାନ କାରଣରୁ ଗତ ନଭେମ୍ବର ୨୩ ତାରିଖରେ ବିଚ୍ଛିନ୍ନ କରିଦିଆଯାଇଥିଲା ।

କାମଦେବ ୧,୧୮,୮୩୩ ଟଙ୍କା ବକେୟା ଦେୟ ରଖିଥିଲେ । କାମଦେବ ବିଦ୍ୟୁତ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ପରେ ଏହି ଅଭିଯୋଗ ସମ୍ପର୍କରେ ବୁଝାମଣା ହୋଇଥିଲଶ । ମାତ୍ର ଗତ ସୋମବାର କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହୁରିଆଙ୍କ ଗସ୍ତ ସମୟରେ କାମଦେବ ହୁକ ପକାଇ ବିଦ୍ୟୁତ ଚୋରି କରୁଥିବା ଦେଖିଥିଲେ । ଏଥିନେଇ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଭଣ୍ଡାରିପୋଖରୀ ନେସ୍କୋ ବିଭାଗ ଅଧିନରେ ଅଠରହଜାର ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ମାତ୍ର ତିନିରୁ ଚାରି ହଜାର ଉପଭୋକ୍ତା ବିଦ୍ୟୁତ ବିଲ ସଠିକ ଭାବେ ପୈଠ କରୁଥିବା ବେଳେ ଅନ୍ୟ ଉପଭୋକ୍ତାମାନେ ପୈଠରେ ବିଳମ୍ବ ଅଥବା ଆଦୌ କରୁନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ଗୋଯିଏ କ୍ୟାଲେଣ୍ଡର ମାସରେ ଭଣ୍ଡାରିପୋଖରୀ ସେକ୍ସନ-୧୨୬ ମେଗା ୟୁନିଟ ବିଦ୍ୟୁତ କ୍ରୟ କରୁଛି । ଏଥିପାଇଁ ମାସକୁ ବିଭାଗ ଉପରେ ୭୦ଲକ୍ଷ ଟଙ୍କାର ଆର୍ଥୀକ ବୋଝ ପଡୁଛି । ହେଲେ ବାସ୍ତବରେ ୧୮ହଜାର ଉପଭୋକ୍ତାଙ୍କ ଉପରେ ବିଲ ହେଉଛି ୪୦ଲକ୍ଷ ଟଙ୍କା । ଅବଶିଷ୍ଟ ବିଦ୍ୟୁତ ଚୋରି ହେଉଥିôବାରୁ ବିଲ ହାଇପାରୁ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.