Home ଜିଲ୍ଲା ପରିକ୍ରମା ବିଚାରଧୀନ କଏଦୀ,ସାକ୍ଷୀଙ୍କ ପାଇଁ ବିଶ୍ରାମଗାର,ପାନୀୟଜଳ,ଶୌଚାଳୟ ଦାବିନେଇ କୋର୍ଟବର୍ଜନ କଲେ ଆଇନଜୀବୀ ସଂଘ

ବିଚାରଧୀନ କଏଦୀ,ସାକ୍ଷୀଙ୍କ ପାଇଁ ବିଶ୍ରାମଗାର,ପାନୀୟଜଳ,ଶୌଚାଳୟ ଦାବିନେଇ କୋର୍ଟବର୍ଜନ କଲେ ଆଇନଜୀବୀ ସଂଘ

404

ମାଲକାନଗିରି,୨୬ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଜଜଙ୍କ କୋର୍ଟ ସହିତ ଅନ୍ୟାନ ଅଦାଲତ ପରିସରରେ ବିଚାରଧୀନ କଏଦୀ,ସାକ୍ଷୀ ଓ ତାଙ୍କ ସଂପର୍କିୟ ମାନଙ୍କ ପାଇଁ ବିଶ୍ରାମଗାର,ପାନୀୟଜଳ,ଶୌଚାଳୟ ବ୍ୟବସ୍ଥା ନଥିବାରୁ ଏହାର ପ୍ରତିବାଦରେ ଆଜି ମାଲକାନଗିରି ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ କୋର୍ଟବର୍ଜନ କରାଯାଇଛି । ଜିଲ୍ଲାଓକିଲ ସଂଘରସଭାପତି ନୃସିଂହଚରଣ ମହାନ୍ତିଙ୍କ ନେତୃତ୍ୱରେ ଆଜି ସକାଳ ୭ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଜିଲ୍ଲାଜଜ୍ କୋର୍ଟ,ଏଡିଜେ କୋର୍ଟ,ସିଜେଏମ କୋର୍ଟ,ସବଜଜ୍ କୋର୍ଟ,ଏସଡିଜେଏମ କୋର୍ଟ,ଜିଲ୍ଲା ରେଜିଷ୍ଟାର କୋର୍ଟ,ଜେ.ଏମ.ଏଫ.ସି ମୋଟୁ କୋର୍ଟର୍ ବର୍ଜନ କରି ଶତାଧିକ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଯାହାଫଳରେକି ଆଜି ସାତଟି ଯାକ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବିଭିନ୍ନ କାର୍ଯ୍ୟରେ ଦୂରଦୁରାନ୍ତରୁ ଆସିଥିବା ଗ୍ରାମବାସୀ ଓ ବିଚାରଧୀନ କଏଦୀ ମାନଙ୍କ ଅସୁବିଧା କୁ ଲକ୍ଷକରି ଜିଲ୍ଲାଏଓକିଲ ସଂଘର କର୍ମକର୍ତା ମାନେ ବାରଏସୋସିଏସନ ସଭାଗୃହରେ କୋର୍ଟବର୍ଜନ ପରେ ଏକ ଜରୁରୀକାଳିନ ବୈଠକ ବସିଥିଲେ, ଏହି ବୈଠକରେ ଜିଲ୍ଲା ଜଜ୍ ଶ୍ରୀ ଲୋହିତଲାଲପଣ୍ଡା ଯୋଗଦେଇ କହିଥିଲେ ଜିଲ୍ଲା ଜଜ କୋର୍ଟ ସହିତ ଅନ୍ୟାନ କୋର୍ଟଗୁଡିକରେ ଇତି ମଧ୍ୟରେ ଅଦାଲତର ନିଜସ୍ୱପାଣ୍ଠିରେ କୁଲର,ଆକୁଆଗାର୍ଡ ଥଣ୍ଡାପାଣିର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଜଜ ଙ୍କ ଜନହିତକାର କାର୍ଯ୍ୟକୁ ସମସ୍ତ ଓକିଲ ମାନେ ଧନ୍ୟବାଦ ଜଣାଇ ସବ ର୍ସମ୍ମତି କ୍ରମେ ନିସ୍ପତି ନେଇଥିଲେ  କୋର୍ଟବର୍ଜନ କଲେ ବିଚାରଧୀନ କଏଦୀ ଓ ଅନ୍ୟାନ ଲୋକମାନେ ବହୁତ ହଇରାଣ ହେବେ,ଅନ୍ୟାନ ଦାବିଗୁଡିକ ଜିଲ୍ଲାପ୍ରଶାସନ ତୁରନ୍ତ ପୁରଣ ନକଲେ ପରବର୍ତି ସମୟରେ କୋର୍ଟବର୍ଜନ ନ କରି ଅଦାଲକୁ ସମ୍ମାନଜଣାଇ ଆଇନ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସର୍ବସମ୍ମତି କ୍ରମେ ନିସ୍ପତି ନେଇ ଆନଜୀବୀ ମାନେ ଆନ୍ଦୋଳନ ପ୍ରତ୍ୟାହର କରିଥିଲେ । ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୩ଡିଗ୍ରୀ ଛୁଇଁଥିବାବେଳେ ଜିଲ୍ଲାରେ ଥିବା ବିଭିନ୍ନ କୋର୍ଟପରିସରରେ ବିଚାରଧୀନ କଏଦୀ ,ସାକ୍ଷୀ କିମ୍ବା ସେମାନଙ୍କ ପରିବାରଙ୍କ ପାଇଁ ବିଶ୍ରାମଗାର ଟିଏ ନଥିବାରୁ ସେମାନେ ପ୍ରବଳ ଖରାରେ ୫ରୁ ୭ଘଟାଂଧରି ଗାଡିଭିତରେ ବସିବାସହିତ ସେମାନଙ୍କ ପରିବାର ଲୋକେ ଖରାରେ କୋର୍ଟବାରଣ୍ଡାରେ ଘୁରିବୁଲିଥାନ୍ତି, ସେମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା କି ଶୌଚାଳୟଟିଏ ନଥିବାରୁ ସେମାନେ ବହୁତ ହଇରାଣ ହୋଇଥାନ୍ତି । ଏପରି କି ବାହରକୁ ଶୌଚକରିବାକୁ ଯିବା ବାହାନାରେ ଅନେକ ଥର ବିଚାରଧୀନ କଏଦୀ ପୁଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଥିବାର ନଜିରରହିଛି । ଏ ସଂପର୍କରେ ମାଲକାନଗିରି ବାର ଏସୋସିଏସନ ପକ୍ଷରୁ  ଜିଲ୍ଲାପ୍ରଶାସନ କୁ ତିନିଥର ଚିଠିମାଧ୍ୟମରେ ଅବଗତ କରାଇଥିଲେ ଓ ଗତ ୨୩ତାରିଖରେ ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନକରି ଦାବିପୁରଣ  ନହେଲେ ୨୬ତାରିଖରେ କୋର୍ଟବର୍ଜନ କରିବାପାଇଁ ନିସ୍ପତି ନେଇଥିଲେ । ସେମାନଙ୍କ ଦାବି ପ୍ରତି ଜିଲ୍ଲାପ୍ରଶାସନ ଗୁରୁତ୍ୱ  ନ ଦେଇ ତାହା କାର୍ଯ୍ୟକାରି ନ କରିବାରୁ  ଆଜି  ଜିଲ୍ଲାବାର ଏସୋସିଏସନ ର ସଭାପତି ନୃସିଂହଚରଣ ମହାନ୍ତି ଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘ ସଂପାଦକ ଲମ୍ବୋଧରତୁର୍କ,ଉପସଭାପତି ବିଜୁସରକାର,ବିଜୟ ମହାନ୍ତି,ସହସପାଂଦକ ହୃଷିକେଶ ପଣ୍ଡା,ଭବତୋଷ ବିଶ୍ୱାସ,ଗୋପାଳପଣ୍ଡା, ଅଶୋକପଟନାୟକ,ରଥିକୃଷ୍ଣପାତ୍ର,ସୂର୍ଯ୍ୟନାରାୟଣ ବ୍ରହ୍ମା, କୈଳାଶପଟନାୟକ,ରାକେଶ ପଟାନାୟକ,ପ୍ରକାଶଚନ୍ଦ୍ର ମହାନ୍ତି,ଅନିମେସଦାସ,ଶିଶିର ମହାପାତ୍ର,ଚିନ୍ମରାୟ, ରବିନ୍ଦ୍ର ନାଥ ମାଢି,ଦପ୍ତିରଜଂନରଥ,ରବିନରାୟଣ ପାତ୍ର,ପ୍ରମୁଖ ଶତାଧିକ ଓକିଲ ଯୋଗଦେଇ କୋର୍ଟବର୍ଜନ ସହିତ କାର୍ଯ୍ୟ ବନ୍ଦ ଆନ୍ଦୋନରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.