Home ଜିଲ୍ଲା ପରିକ୍ରମା ପୂଜ୍ୟପୂଜା ସଂସଦର ୫୫ତମ ବିଜୟା ମିଳନ,“ପାରମ୍ପରିକ ବିଜୟା ମିଳନ ମହୋତ୍ସବ ସଭ୍ୟତା ଓ ସଂସ୍କୃତିର ପରିଚାୟକ”,ସାହିତ୍ୟ...

ପୂଜ୍ୟପୂଜା ସଂସଦର ୫୫ତମ ବିଜୟା ମିଳନ,“ପାରମ୍ପରିକ ବିଜୟା ମିଳନ ମହୋତ୍ସବ ସଭ୍ୟତା ଓ ସଂସ୍କୃତିର ପରିଚାୟକ”,ସାହିତ୍ୟ ଓ ସୃଜନଶୀଳତାର ସଙ୍ଗମ ‘ବିଜୟା ମିଳନ’

2

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଭ୍ୟତା ସଂସ୍କୃତିର ପରିଚୟ ମିଳେ ତା’ର ଉନ୍ନତ ପରମ୍ପରା ପାଇଁ । ଯେଉଁଠି ପରମ୍ପରା ସୁନିୟନ୍ତ୍ରିତ ଏବଂ ଧାରାବାହିକତାରେ ନିଷ୍ଠାପର, ସେଇଠି ପାରମ୍ପରିକ ଯାତ୍ରାର ସଫଳତା ଅନୁଭବ କରାଯାଇଥାଏ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦର ୫୫ତମ ‘ବିଜୟା ମିଳନ’ ଅବସରରେ ଅତିଥି ଓ ବକ୍ତାମାନେ ଯୋଗଦେଇ ମତପ୍ରକାଶ କରିଛନ୍ତି । ଅଧ୍ୟାପକ ଦତାତ୍ରେୟ ଦାଶଙ୍କ ସଂଚାଳନରେ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିଭାଗର ଅବସରପ୍ରାପ୍ତ ନିଦ୍ରେ୍‌ଦଶକ ନିହାର ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଉତ୍ସବଟିକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ପୂଜ୍ୟପୂଜାର ମହନୀୟ ପରଂପରାକୁ ଅକ୍ଷୁର୍ଣ୍ଣ ରଖିବା ସହ ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ଦିଗରେ ଏଭଳି ଆୟୋଜନର ଆବଶ୍ୟକତା ରହିଛି ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ କବୟିତ୍ରୀ ମନୋରମା ବିଶ୍ୱାଳ ମହାପାତ୍ର ଯୋଗଦେଇ ପୂଜ୍ୟପୂଜା ସଂସଦର ଏହି ଉଦ୍ୟମ ପୂଜ୍ୟ ବ୍ୟକ୍ତିତ୍ୱଙ୍କ ସମ୍ମାନବୋଧ ଜାଗ୍ରତ କରିବା ସହ ସାହିତ୍ୟିକ ଓ ସାଂସ୍କୃତିକ ଚେତନାର ପ୍ରସାର ଦିଗରେ ସହାୟକ ହୋଇଛି ବୋଲି କହିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଜୟା ସମ୍ମାନ’ ଭଦ୍ରକର ପ୍ରାକ୍ତନ ଲୋକପ୍ରିୟ ଜିଲ୍ଲାପାଳ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ଦିଲୀପ ରାଉତରାଏଙ୍କୁ ପ୍ରଦାନ କରାଯାଇଥିଲା । ସେ ତାଙ୍କ ସମ୍ବର୍ଦ୍ଧନା ଉତରରେ ସାହିତ୍ୟ ମାଧ୍ୟମରେ ସମାଜରେ ମାନବିକତା, ନୈତିକତା ଓ ସାମାଜିକ ମୂଲ୍ୟବୋଧର ପ୍ରସାର ହିଁ ବିଜୟା ମିଳନର ମୁଖ୍ୟ ଉଦେ୍‌ଦଶ୍ୟ ବୋଲି କହିଥିଲେ । ‘ବିନୋଦ ବିହାରୀ ସ୍ମାରକୀ ସମ୍ମାନ’ ଶିକ୍ଷାବିତ୍ ପ୍ରଫେସର ଶାନ୍ତନୁ କୁମାର ମହାନ୍ତି, ‘ନିଶାମଣି ସ୍ମାରକୀ ସମ୍ମାନ’ ଲେଖିକା ଓ ସମାଜସେବୀ ବୀଣାପାଣି ସାହୁ, ‘ସରୋଜ କଳା ସମ୍ମାନ’ ଚିତ୍ରଶିଳ୍ପୀ ମହେନ୍ଦ୍ର କୁମାର ରାଉତ ‘ଅପୂର୍ବ ରଞ୍ଜନ ରାୟ ସ୍ମାରକୀ ସମ୍ମାନ’ ଡ. ସୋମା ଚାନ୍ଦ, ‘ଗୌରାଙ୍ଗଚନ୍ଦ୍ର ମହାନ୍ତି ସ୍ମାରକୀ ସମ୍ମାନ’ ରତିକାନ୍ତ ମହାନ୍ତି ଓ ସାମଗ୍ରିକ ସାରସ୍ୱତ ଅବଦାନ ପାଇଁ ‘ପୂଜ୍ୟପୂଜା ସାରସ୍ୱତ ସମ୍ମାନ’ କବି ଓ ଶିଶୁସାହିତ୍ୟିକ କରୁଣାକର ବେହୁରିଆଙ୍କୁ ପ୍ରଦାନ କରାଯାଇଥିଲା । ଲିପିପୁଷ୍ପା ରାୟ, ମନୋରମା ରାୟ, ସୁଶ୍ରୀସ୍ୱାଗତିକା ଦାସ, ସଂଯୁକ୍ତା ବଳ, ରଶ୍ମିତା ଦାସ, ଉଷାରାଣୀ ଜେନା, ଦୀପ୍ତିମୟୀ ସାହୁ ପ୍ରମୁଖ ମାନପତ୍ର ପାଠ କରିଥିଲେ । ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆମନ୍ତ୍ରଣ ଓ ଅନୁଷ୍ଠାନର ସମ୍ପାଦକ ରୂପକ ବିହାରୀ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କବି କରୁଣାକର ବେହୁରିଆଙ୍କ ‘ପିଲାଙ୍କ ମନ ଛୁଆଁ କବିତା’, କବୀ ମନୋରମା ରାୟଙ୍କ ‘ମାଟି ଚନ୍ଦନ’, ବିଚିତ୍ରାନନ୍ଦ ଜେନାଙ୍କ ‘ଅଙ୍କୁର’, ବୀଣାପାଣି ସାହୁଙ୍କ ‘ଅମୃତା ପ୍ରୀତମଙ୍କ ଗଳ୍ପ ସମ୍ଭାର’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସନାତନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପର୍ବରେ ଡ. ଅଭୟ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟବକ୍ତା ଭାବେ ଡ. ବିଶ୍ୱରଞ୍ଜନ ଦାସ, ବରେଣ୍ୟ ଅତିଥି ଭାବେ ଇଂ. ଅରୁଣ ପାତ୍ର, କିଶୋର କୁମାର ପାଣିଗ୍ରାହୀ ଯୋଗଦେଇ କବିତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ମୁସ୍ତାକ୍ ଗହ୍ୱର ଓ କବି ଶରତ ଚନ୍ଦ୍ର ଜେନା ପଠିତ କବିତାର ସଂଯୋଜନା କରିଥିଲେ । ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ ଅଂଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ । କବିତାପାଠ କରିଥିବା କବିମାନଙ୍କୁ ବିଜୟା ମିଳନ ସ୍ମାରକୀ – ୨୦୨୬ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.