Home ଜିଲ୍ଲା ପରିକ୍ରମା ପାଚିକା ଚୟନ ପ୍ରକ୍ରିୟାରେ ବିଳମ୍ବକୁ ନେଇ ପ୍ରାର୍ଥିନୀଙ୍କ ଧାରଣା

ପାଚିକା ଚୟନ ପ୍ରକ୍ରିୟାରେ ବିଳମ୍ବକୁ ନେଇ ପ୍ରାର୍ଥିନୀଙ୍କ ଧାରଣା

1

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ସର୍ତରପୁର ୟୁପି ସ୍କୁଲରେ ପାଚିକା ନିଯୁକ୍ତି ପ୍ରକ୍ରିୟାକୁ ସମାପ୍ତ କରୁନଥିବା ପ୍ରତିବାଦରେ ଅନୁସୂଚିତ ଜାତିର ପ୍ରାର୍ଥିନୀ ସତ୍ୟଭାମା ସେଠୀ ଓ ତାଙ୍କ ପରିବାର ବର୍ଗ ଆଜି ଜିଲାପାଳଙ୍କ ଅଫିସ୍ ସାମ୍ନାରେ ଧାରଣା ଦେଇଛନ୍ତି। ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ଏହି ବିଦ୍ୟାଳୟଟିରେ ପାଚିକା ଚୟନ ପାଇଁ ପ୍ରଧାନ ଶିକ୍ଷକ ଗତ ତା ୬.୮.୨୬ ରିଖରେ ଏକ ବିଜ୍ଞପ୍ତି (ବିଜ୍ଞାପନ ସଂଖ୍ୟା-୧) ପ୍ରକାଶ କରିଥିଲେ। ଏହି ବିଜ୍ଞପ୍ତି ଅନୁଯାୟୀ ସଂପୃକ୍ତ ଅଂଚଳର ୬ ଜଣ ପ୍ରାର୍ଥିନୀ ବିଜ୍ଞାପନ ପ୍ରକାଶନର ୭ ଦିନ ମଧ୍ୟରେ ନିର୍ଦ୍ଧାରିତ ସମୟ ସକାଳ ୧୦.୩୦ ରେ ଆବେଦନ ପତ୍ର ଦାଖଲ କରାଯାଇଥିଲା। ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସି, ସ୍କୁଲ ପରିଚାଳନା କମିଟିର ସଭାପତି ଓ ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ୬ ପ୍ରାର୍ଥିନୀଙ୍କ ଡକ୍ୟୁମେଂଟସ୍ ଯାଂଚ କରାଯାଇଥିଲା। ଯାଂଚ ପରେ ୬ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥିନୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା। ଧାରଣାରତ ଶ୍ରୀମତୀ ସେଠୀଙ୍କ ଅଭିଯୋଗ ହେଲା, ଏହି ୩ ଆବେଦନକାରୀଙ୍କ ମଧ୍ୟରୁ ସେ ଏକମାତ୍ର ଅନୁସୂଚିତ ଜାତିର ପ୍ରାର୍ଥିନୀ ଥିଲେ। ସରକାରଙ୍କ ନିୟମ ଅନୁଯାୟୀ ସେ ଯୋଗ୍ୟ ବିବେଚିତ ହେବା କଥା। ସେ ଅନୁସୂଚିତ ପ୍ରାର୍ଥିନୀ ହୋଇଥିବାରୁ ଚୟନ କମିଟି ଚୟନ ପ୍ରକ୍ରିୟାକୁ ସ୍ଥଗିତ କରି ରଖିଲେ। ଏ ସଂପର୍କରେ ଶ୍ରୀମତୀ ସେଠୀ ଗତ ତା ୫.୧୦.୨୬ ରିଖରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଜିଲାପାଳ ୭ ଦିନ ମଧ୍ୟରେ ଚୟନ ପ୍ରକ୍ରିୟା ନିଯୁକ୍ତିକୁ ସାରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜିସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏ ସଂପର୍କରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଯେ ୭ ଦିନ ମଧ୍ୟରେ ଚୟନ ପ୍ରକ୍ରିୟା ସମାପ୍ତ ନହେଲେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜି ଧାରଣା ଦେବାକୁ ଚେତାବନୀ ଦେଇଥିଲେ। ଏହି ନିଷ୍ପତି ଅନୁଯାୟୀ ଶ୍ରୀମତୀ ସେଠୀ ତାଙ୍କ ପରିବାର ବର୍ଗ ସହ ଧାରଣା ଦେଇଛନ୍ତି। ତେବେ ଏହି ଅଭିଯୋଗ ସଂପର୍କରେ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କୁ ପଚାରିବାରେ ସେ କୁହନ୍ତି ପାଚିକା ଚୟନ ପ୍ରକ୍ରିୟାରେ ସେଭଳି କିଛି ସରକାରଙ୍କ ନିର୍ଦ୍ଦେଶ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.