Home ଜିଲ୍ଲା ପରିକ୍ରମା ଗୋରୁ ଗୁହାଳରେ ଅଗ୍ନିକାଣ୍ଡ ଘଟି ୪ଗାଈ ଜୀବନ୍ତ ଦଗ୍ଧ 

ଗୋରୁ ଗୁହାଳରେ ଅଗ୍ନିକାଣ୍ଡ ଘଟି ୪ଗାଈ ଜୀବନ୍ତ ଦଗ୍ଧ 

1

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରସର ପଂଚାୟତ ଅଧୀନ ବଙ୍ଗାଳିଦପା ଗ୍ରାମରେ ବୁଧବାର ରାତିରେ ପ୍ରଦୀପ ଦାସଙ୍କ ଗୋରୁ ଗୁହାଳରେ ଅଗ୍ନିକାଣ୍ଡଘଟି ୪ଗାଈ ଜଳିଯାଇଥିବା ବେଳେ ଗୋଟିଏ ଗାଈ ପୋଡ଼ିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ଉଠି ଚାଳରେ ନିଆଁ ଲାଗିଥିଲା।ଯେଉଁଥିପାଇଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ଖବର ପାଇ ପଂଚାୟତର ସରପଂଚ ଚକ୍ରଧର ଦାସ ଘଟଣାସ୍ଥଳରେ ପହଂଚି ପ୍ରଦୀପଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ ଦିଗରେ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.