Home ଜିଲ୍ଲା ପରିକ୍ରମା ଗୋବିନ୍ଦପାଲି ପିଡିତାର ଭିଡିଓ ଭାଇରାଲକୁ ନେଇ ପୁଲିସର ସାମ୍ବାଦିକ ସମ୍ମିଳନୀ

ଗୋବିନ୍ଦପାଲି ପିଡିତାର ଭିଡିଓ ଭାଇରାଲକୁ ନେଇ ପୁଲିସର ସାମ୍ବାଦିକ ସମ୍ମିଳନୀ

1020

ମାଲକାନଗିରି,୨୬ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି କଲେଜରେ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଙ୍କ ପ୍ରତି ଗତ୨୦୧୭ମସିହାରେ ହୋଇଥିବା ଅସଦାଚରାଣର ଓ ଦୁସ୍କର୍ମର ଉପଯୁକ୍ତ ନ୍ୟାୟ ନପାଇ ପିଡିତାଙ୍କ ଆତ୍ମହତ୍ୟା ଉଦ୍ୟମ ଭିଡିଓ ଭାଇରାଲ ହେବା ଘଟଣାରେ ମାଲକାନଗିରି ଜିଲ୍ଲାପୁଲିସ ଏକ ସମ୍ବାଦିକ ସମ୍ମିଳନୀ ରେ ଏହାକୁ ଅସ୍ୱିକାର କରିଛନ୍ତି । ଗୁରୁବାର ରାତ୍ରରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହକାରୀ ଏସପି ଉଦ୍ଧବଚରଣ ନାୟକ ପିଡିତାଙ୍କ ପ୍ରତି ଅନ୍ୟାୟ ହେବା ଘଟଣାକୁ ଅସ୍ୱୀକାର କରିବାସହତି ପୁଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କ ପ୍ରତି ସମସ୍ତପ୍ରକାର  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି । ଏ ସଂପର୍କରେ ମାଥିଲି ଥାନା ରେ ଗତ ୯,୧୧,୨୦୧୭ରେ କେସ ନମ୍ବର ୧୦୯ା୨୦୧୭ରେ ଏକ ମକୋଦମା ରୁଜୁକରା ଯାଇ ୩୫୪,୩୫୪କ,୫୦୯,ଦଫାରେ ଓ ପୋସ୍କୋ ଆଇନ ଅନୁସାରେ ୩ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଏହା ଏବେ ବି କୋର୍ଟରେ ବିଚାରଧିନ ରହିଛି, ସଂପୃକ୍ତା ପିଡିତା କିମ୍ବା ତାଙ୍କ ପରିବାରଙ୍କ ପ୍ରତି କିଛି ଅନ୍ୟାନୟ କରାଯାଇ ନାହିଁ ବୋଲି ସହକାରି ଏସପି ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ପିଡିତା ଗତକିଛି ଦିନତଳେ ପୁଣିଥରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଠାରେ ଏକ ଘରୋଇ ହସପିଟାଲରେ ଆଇସିୟ୍ୟୁ ରେ ରହି ଚିକିତ୍ସିତ ହେଉଥିବାର ଜଣାପଡିଛି । ତାହାର ଭିଡିଓ ଭାଇରାଲ ସୋସିଆଲ ମେଡିଆରେ ପ୍ରସାର ହୋଇଥିବାର ଦେଖିବାକୁ ମିଳିଛି,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.