ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ କାରବାରରେ ଲକ୍ଷାଧିକ ଟଙ୍କାର ବକେୟାକୁ ନେଇ ଧୁଷୁରୀ ଥାନା ଅଂଚଳରେ ଚାଂଚଲ୍ୟ। ୨୫ ଟନ୍ ଧାନ ହସ୍ତାନ୍ତର ପରେ ୫ ଲକ୍ଷ ୭୫ ହଜାର ଟଙ୍କା ମିଳିନଥିବା ଅଭିଯୋଗ ହୋଇଥିବାବେଳେ, ବକେୟା ଟଙ୍କା ମାଗିବାରୁ ଗାଳିଗୁଲଜ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏହି ଘଟଣାକୁ ନେଇ ଧୁଷୁରୀ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଶ୍ରୀଧର ଦାସ (୬୧) ଗତ ମାର୍ଚ୍ଚ ମାସରେ ସାବରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ବୈକୁଣ୍ଠପୁରର ଦୀପକ ପଣ୍ଡାଙ୍କ କହିବା ଅନୁସାରେ ଚାଷୀଙ୍କଠାରୁ କୁଇଂଟାଲ ପ୍ରତି ୨,୩୦୦ ଟଙ୍କା ଦରରେ ୨୫ ଟନ୍ ଧାନ ସଂଗ୍ରହ କରି ତାଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରୀଧରଙ୍କ ଅଭିଯୋଗ ଅନୁସାରେ, ଧାନ ହସ୍ତାନ୍ତର ପରେ ସମ୍ପୂର୍ଣ୍ଣ ହିସାବ ମିଳିନଥିଲା ଏବଂ ୫.୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇନଥିଲା। ବକେୟା ଅର୍ଥ ମାଗିବାରୁ ଦୀପକ ପଣ୍ଡାଙ୍କ ବାପା ସୁରେନ୍ଦ୍ର ପଣ୍ଡା ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗକୁ ଭିତି କରି ଧୁଷୁରୀ ପୁଲିସ ୨୦ ଅକ୍ଟୋବର ୨୦୨୬ରେ କେସ୍ ନମ୍ବର ୪୬୩/୨୦୨୬ ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୨୯୬ ଓ ୩(୫) ଅନୁଯାୟୀ ମାମଲାର ତଦନ୍ତ ଚାଲିଛି। ଏସ୍ଆଇ ବିନମୟ ପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଧାନ କାରବାରରେ ଏତେ ବଡ଼ ଅର୍ଥରାଶି କୁ ନେଇ ଉଠିଥିବା ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।
Home ଜିଲ୍ଲା ପରିକ୍ରମା ଧାନ କିଣାବିକାକୁ ନେଇ ଲକ୍ଷ ଲକ୍ଷ ଟଙ୍କା ବାକି, ଟଙ୍କା ମାଗିବାରୁ ଗାଳିଗୁଲଜ,୫.୭୫ ଲକ୍ଷ ଟଙ୍କାର...








