Home କୋରାପୁଟ ପାରଳା ଗଜପତିଙ୍କ ୧୨୭ତମ ଜୟନ୍ତୀ ପାଳିତ

ପାରଳା ଗଜପତିଙ୍କ ୧୨୭ତମ ଜୟନ୍ତୀ ପାଳିତ

231

କୋରାପୁଟ; ତା୨୬-୦୪-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ପ୍ରଶାସନ ଏବଂ ସ୍ମାରକୀ କମିଟିର ମିଳିତ ଆନୁକୂଲ୍ୟରେ ଆଜି କୋରାପୁଟ ଠାରେ ପାରଳା ମହାରାଜା କୃଷ୍ନ ଚନ୍ଦ୍ର ଗଜପତିଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଧାନ ଟୁଲିଆମ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତିଙ୍କ ପ୍ରତିମୁର୍ତିର୍ରେ ମାଲ୍ୟାର୍ପଣ କରିଥିଲେ । ସ୍ମାରକୀ କମିଟିର ସଦସ୍ୟ ରମାନାଥ ଶର୍ମା , ଅରୁଣ କୁମାର ଦାଶ,କ୍ଷେତ୍ର ମୋହନ ରାଉତରାୟ,ସାମ୍ବାଦିକ ସି.ଏଚ.ସାନ୍ତାକାର ଉପସ୍ଥିତ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଲିଭା କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଏବଂ ଅନ୍ୟମାନେ ପୁରୁଣା ହସ୍ପିଟାଲ ଟ୍ରାଫିକ ଛକରେ ଥିବା ଗଜପତିଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.