Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ନେତାଜୀ ଜୟନ୍ତୀ

ବାଲେଶ୍ୱରରେ ନେତାଜୀ ଜୟନ୍ତୀ

26

ବାଲେଶ୍ୱର, ୨୩ା୧ (ଓଡ଼ିଆ ପୁଅ/ଅଭୟ ଦାସ): ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ଭାରତର ବିଶିଷ୍ଟ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଉତ୍ସବ ସହରର ଟାଉନହଲଠାରେ ଶନିବାର ଦିନ ପାଳିତ ହୋଇଯାଇଛି। କମିଟିର ସଭାପତି ବିଶିଷ୍ଟ ଶିକ୍ଷାବିତ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଏବଂ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ ସେଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ। ନେତାଜୀଙ୍କ ନୀତି ଓ ଆଦର୍ଶ ଭାରତର ଯୁବ ସମାଜ ପାଇଁ ସବୁଦିନ ପ୍ରେରଣା ହୋଇ ରହିଥିବ ବୋଲି ଶ୍ରୀ ଦତ୍ତ ବକ୍ତବ୍ୟରେ କହିଥିଲେ। ସେହିଭଳି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ନେତାଜୀ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହେଉଥିବା ବେଳେ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭାବେ ପାଳନ କରାଯିବ ବୋଲି ସଭାପତି ଡ.ମହାନ୍ତି ସୂଚନା ଦେଇଥିଲେ। କମିଟିର ସମ୍ପାଦିକା ମଞ୍ଜୁଲତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁରୂପ ଭାବେ ସହରର ବଣିଆ ମନ୍ଦିର ନିକଟସ୍ଥ ମଦନ ମୋହନ ଜୀଉ କ୍ଲବ ପକ୍ଷରୁ ମଧ୍ୟ ନେତାଜୀ ଜୟନ୍ତୀ ପାଳିତ ହୋଇଥିଲା। କ୍ଲବର ସଦସ୍ୟମାନେ ବଣିଆ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଟାଉନହଲ ପରିସରରେ ପହଞ୍ଚିଥିଲେ। ସେଠାରେ ନେତାଜୀଙ୍କ ପ୍ରତିମର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ଚିତରଞନ ଦତ୍ତ, ରଞ୍ଜନ କୁମାର ଦତ୍ତ, ଯଶୋଦା ମହାରଣା, କଲି ଭୂଷଣ ଦତ୍ତ, ଗଣେଶ ଦତ୍ତ, ସଞ୍ଜୀବ ପ୍ରଧାନ, ସୁଜିତ୍ ଦେବ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.