Home ଜିଲ୍ଲା ପରିକ୍ରମା ତଳାଙ୍ଗ ଗ୍ରାମରେ ବନ୍ଧୁକ ଦେଖାଇ ଘର ଲୁଟ୍

ତଳାଙ୍ଗ ଗ୍ରାମରେ ବନ୍ଧୁକ ଦେଖାଇ ଘର ଲୁଟ୍

16

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଆମ୍ବରୋଳି ପଂଚାୟତ ତଳାଙ୍ଗ ଗ୍ରାମରେ ବନ୍ଧୁକ ଦେଖାଇ ଘରେ ଲୁଟ ହୋଇଛି। ରାତି ପ୍ରାୟ ୧୦ ଟା ସମୟରେ ଅତର୍କିତ ଭାବେ ଘରକୁ ପ୍ରାୟ ୭/୮ ଜଣ ଯୁବକ ହାତରେ ବନ୍ଧୁକ ଏବଂ ଛୁରା ଧରି ପ୍ରବେଶ କରିଥିଲେ । ପରିବାର ଲୋକେ କିଛି ବୁଝିବା ଆଗରୁ ଦୁର୍ବୁତ ମାନେ ଗଙ୍ଗାଧର ତାଙ୍କ ପତ୍ନୀ ଓ ପୁଅଙ୍କ ବେକରେ ଛୁରୀ ଏବଂ ବନ୍ଧୁକ ଦେଖାଇ ଘର ଆଲମିରା ଖୋଲି ସ୍ୱର୍ଣ ଅଳଂକାର ଏବଂ ନଗଦ ଟଙ୍କା ସମେତ ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତି ଲୁଟି ନେଇଥିଲେ । ଲୁଟପାଟ ପରେ ପରିବାର ଲୋକଙ୍କୁ ଏକ ଘରେ ପୁରାଇ ବାହାରୁ ତାଲା ପକାଇ ଫେରାର ହୋଇ ଯାଇଥିଲେ । ଲୁଟପାଟ କରି ଦୁର୍ବୁତମାନେ ଫେରାର ହୋଇଯିବା ପରେ ଘର ଝରକା ରୁ ପଡିଶା ଲୋକଙ୍କୁ ଡାକି ଘର ଖୋଲି ପଦାକୁ ଆସିଥିଲେ । ପରିବାର ଲୋକଙ୍କ କହିବା ଅନୁଯାଇ ସେମାନଙ୍କ ମଧ୍ୟରୁ କେବଳ ଜଣେ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ଅନ୍ୟମାନଙ୍କ ମୁହଁ ମୁକୁଳା ଥିଲା । ଖବର ପାଇ ଭଦ୍ରକ ଗ୍ରାମାଂଚଳ ପୋଲିସ ଡଗ ସ୍ୱାର୍ଡ ସହିତ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.