Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜାସେବୀ ସଦାନନ୍ଦ ଜୀଙ୍କ ଜୟନ୍ତୀ

ବିଶିଷ୍ଟ ସମାଜାସେବୀ ସଦାନନ୍ଦ ଜୀଙ୍କ ଜୟନ୍ତୀ

18

ବାଲେଶ୍ୱର, ୨୩ା୧ (ଓଡ଼ିଆ ପୁଅ/ଅଭୟ ଦାସ): ସଦାନନ୍ଦଜୀ ଏଜୁକେସନାଲ ଫାଉଣ୍ଡେସନ, ଉତ୍କଳ ଶିକ୍ଷା ପରିଷଦ ଓ ମିଳିତ ସହଯୋଗରେ ମହାନ ଜନନାୟକ ନେତାଜୀ ସୁଭାଷ ବୋଷ ଏବଂ ବିଶିଷ୍ଟ ସମାଜସେବୀ ସଦାନନ୍ଦ ଜୀଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି। ସହରର ଗୋପାଳଗାଁସ୍ଥିତ ପୂର୍ଣ୍ଣଚନ୍ଦ୍ର ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ବସ୍ତା ଅଞ୍ଚଳର ବରିଷ୍ଟ ବିଜେଡି ନେତା ତଥା ସମାଜସେବୀ ଶ୍ୟାମା ପ୍ରସାଦ ବେହେରା ଉଦ୍‌ଘାଟନ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ଜୀବନକୁ ବାଜି ଲଗାଇ ବ୍ରିଟିଶ ସରକାରଙ୍କ ଅଲକ୍ଷ୍ୟରେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଭଳି ଦୁଃସାହସିକ କାର୍ଯ୍ୟ କେବଳ ନେତାଜୀଙ୍କ ଭଳି ଅନନ୍ୟ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସମ୍ଭବ ହୋଇଥିଲା ବୋଲି ସେ କହିଥିଲେ। ତାଙ୍କର ଆଦର୍ଶ ଭାରତୀୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହୋଇ ରହିଛି। ସେହିଭଳି ସମାଜସେବା କ୍ଷେତ୍ରରେ ବିଶିଷ୍ଟ ସମାଜସେବୀ ସଦାନନ୍ଦ ଜୀଙ୍କ ଅବଦାନ ବାଲେଶ୍ୱରବାସୀଙ୍କୁ ସର୍ବଦା ଉଦବୋଧ କରୁଥିବ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ। କବି କାଳୀପଦ ପଣ୍ଡା, ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସାମ୍ବାଦିକ ରାମଚନ୍ଦ୍ର ଦେବ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଭୂମିକା ଓ ସମାଜସେବା କ୍ଷେତ୍ରରେ ବାଲେଶ୍ୱରରେ ସଦାନନ୍ଦ ଜୀଙ୍କ ଅବଦାନ ଅବସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଭାରତୀୟ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ସଦାନନ୍ଦ ଜୀ ଏଜୁକେସନାଲ ଫାଉଣ୍ଡେସନର ସଭାପତି ଆଇନଜୀବୀ ତପନ ପତି ଏଥିରେ ପୌରୋହିତ୍ୟ କରିଥିଲେ। ଉତ୍କଳ ଶିକ୍ଷା ପରିଷଦର ଅନ୍ୟତମ ସମ୍ପାଦକ ଯୋଗେନ୍ଦ୍ର ଦାଶ ବିବରଣୀ ପାଠ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ବାରିକ, ଭଗବାନ ବେହେରା, ସୁରଜ ବାରିକ, ଶରତ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ଦାସ, ଦେବାଶିଷ ଦାସ, କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ଯୋଗେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶଇକ୍ଷକ ଅଞ୍ଜନ ଚାନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.