Home ଜିଲ୍ଲା ପରିକ୍ରମା ନେତାଜୀ ଜୟନ୍ତୀରେ‘ଓୟୁଜେ’ପକ୍ଷରୁ ରକ୍ତଦାନ

ନେତାଜୀ ଜୟନ୍ତୀରେ‘ଓୟୁଜେ’ପକ୍ଷରୁ ରକ୍ତଦାନ

12

ବାଲେଶ୍ୱର, ୨୩ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ), ବାଲେଶ୍ୱର ଶାଖା ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜିଲା ସଭାପତି ଗଙ୍ଗାଧର ରାଉତ ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ ସ୍ଥାନୀୟ ଟରଉନହଲସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୀଲୁ ମହାପାତ୍ର ଓ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ନେତାଜୀଙ୍କ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଆହ୍ୱାନକୁ ଉଜ୍ଜୀବିତ ପାଇଁ ଓୟୁଜେ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ବେଶ୍‍ ପ୍ରସଂଶନୀୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ ବିଜୟ କୁମାର ପଟ୍ଟନାୟକ, ବସନ୍ତ ଜେନା, ସ୍ୱାତୀ ସୁଚରିତା ରାଜ ପ୍ରମୁଖ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଓୟୁଜେର ଜିଲ୍ଲା ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ଉପ-ସଭାପତି ରତିକାନ୍ତ ପାତ୍ର, ଉବାଚକ ମହାନ୍ତି, ସୁରେଶ କୁମାର ଦାସ, ଅଜିତ କୁମାର ମହାନ୍ତି, ଅଧିପ କୁମାର ଜେନା, ମାନସ କୁମାର ବିଶ୍ୱାଳ, ମନୋଜ କୁମାର ରାଉଳ, ଆଶୁତୋଷ ମଲ୍ଲିକ, ହିମାଂଶୁ ଦାସ, ସୋମନାଥ ସାହୁ, ଲକ୍ଷ୍ମୀଧର ବାରିକ, ଲୋକନାଥ ପିରି, ମହମ୍ମଦ ହାଇଦର ଖାଁ, ଈନ୍ଦ୍ରଜିତ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.