ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ (ଏସପି) ମନୋଜ କୁମାର ରାଉତ, ଜିଲ୍ଲା ଅଭିବୃଦ୍ଧି ଓ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ପ୍ରମୋଦ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଗୁଡ଼ିକର ସମୀକ୍ଷା କରିଥିଲେ।ଶିବିରରେ ମୋଟ ୮୬ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୩୦ ଟି ସମସ୍ୟା ର ସମାଧାନ କରାଯାଇଥିବା ବେଳେ ବାକି ରହିଯାଇଥିବା ଗୁରୁତର ସମସ୍ୟାଗୁଡ଼ିକର ତୁରନ୍ତ ଓ ସମୟଭିତିକ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ଜନ ଶୁଣାଣିରେ ଧାମନଗର ବ୍ଲକର ଶତାଧିକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।ବିଶେଷ କରି ଭତା, ଜମି ଜମା,ଆବାସ ଯୋଜନା,ପାନୀୟ ଜଳ ସମସ୍ୟା ର ଅଭିଯୋଗ କରା ଯାଇଥିଲା। ଖରାଦିନ ଥିଲେ ସୁଦ୍ଧା ଅଧିକାଂଶ ସ୍ଥାନ ରେ ପାନୀୟ ଜଳ ସମସ୍ୟା ର ଦୂର ହୋଇ ପାରୁନଥିବା ଜନସାଧାରଣ ଙ୍କ ଅଭିଯୋଗ ହୋଇଥିଲା।
Home ଜିଲ୍ଲା ପରିକ୍ରମା ଧାମନଗରରେ ଜିଲ୍ଲାପାଳଙ୍କ ଜନଶୁଣାଣି, ୮୬ଟି ଅଭିଯୋଗ ଗ୍ରହଣ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ







