କଳାହାଣ୍ଡି ଆଦିବାସୀଙ୍କ ଅନନ୍ୟ ପରମ୍ପରା, ଟୋକୀ ପର୍ବ ଅନୁଷ୍ଠିତ

କଳାହାଣ୍ଡି (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାର ସୁଉଚ୍ଚ ମାଳଭୂମି, ଘଂଚ ବନାନୀ ସମେତ ବିଭିନ୍ନ ସମତଳ ଅଂଚଳରେ ଆଦିବାସୀମାନେ ବସବାସ କରନ୍ତି। ପ୍ରକୃତି କୋଳରେ ଜନ୍ମ ହୋଇ ପ୍ରକୃତି ଭିତରେ ନିଜକୁ ହଜାଇ ଆଦିବାସୀମାନେ ଜୀବନଯାପନ କରିଥାନ୍ତି। ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଦୈନନ୍ଦିନ ଜୀବିକା ନିର୍ବାହ କରୁଥିବା ଏହି ଆଦିବାସୀମାନେ ପ୍ରକୃତି ଉପାସକ। ମାଟିମାଁ, ପାଣି ପବନ, ବଣ ଜଙ୍ଗଲ, ହେଉଛି ସେମାନଙ୍କର ଜୀବନ ଜୀବିକାର ମୁଖ୍ୟ ଉପାଦାନ। ସେଥିପାଇଁ ପ୍ରକୃତି ଉପାସନାରେ ବ୍ରତୀ ଏହି ଆଦିବାସୀମାନେ ମାଟି କୁ ଧରଣୀ ମାଁ ଓ ସୂର୍ଯ୍ୟ ଦେବତାଙ୍କୁ ପିତା ବୋଲି ସମ୍ବୋଧନ କରି ପୂଜା ଅର୍ଚ୍ଚନା କରିଥାନ୍ତି।…

"କଳାହାଣ୍ଡି ଆଦିବାସୀଙ୍କ ଅନନ୍ୟ ପରମ୍ପରା, ଟୋକୀ ପର୍ବ ଅନୁଷ୍ଠିତ"