ଧରମପୁର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ତାଳଚେର, ୩୦/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଧରମପୁର ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସାମଲ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏହି ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଧରମପୁର ଗ୍ରାମ ସଭାପତି ଶ୍ରୀପତି ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭ୍ୟ ଓ କାର୍ଯ୍ୟରତ ଶିକ୍ଷକ ସର୍ବଶ୍ରୀ ସର୍ବେଶ୍ୱର ସାହୁ, ନିର୍ଭୟ ମହାପାତ୍ର, ଗୋପିନାଥ ମହାପାତ୍ର, ଟିକନ…

"ଧରମପୁର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ"

ବ୍ରଜନାଥପୁର ହାଇସ୍କୁଲର ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାର ଅଭିଯୋଗ

  ତାଳଚେର, ୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ବ୍ରଜନାଥପୁର ପଂଚାୟତ ଅନ୍ତର୍ଗତ ବ୍ରଜନାଥପୁର ହାଇସ୍କୁଲଠାରେ ନିର୍ମାଣାଧିନ ଗୃହ କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନମାନର କରା ଯାଉଥିବାର ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଅଭିଯୋଗ କରିଛନ୍ତି। ଆରଡି ବିଭାଗ ଅଧିନରେ ଉକ୍ତ ଗୃହଦ୍ୱୟକୁ ନିର୍ମାଣ କରିବାକୁ ବିମଳ ବେହେରା ନାମକ ଜନୈକ ଠିକାଦାର କାର୍ଯ୍ୟାଦେଶ ପାଇଛନ୍ତି। ତେବେ ସମ୍ପୃକ୍ତ ଠିକାଦାର ୧୫ଲକ୍ଷ ଟଙ୍କା ବ୍ୟୟ ବରାଦ ଅର୍ଥକୁ ବାଟମାରଣା କରି ନିର୍ମାଣ କାର୍ଯ୍ୟକୁ ଯେନତେନ ଉପାୟରେ କରୁଥିବାର ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଗତ ମାସ ୨୭ ତାରିଖରେ ତାଳଚେର ବ୍ଲକ ଅଧ୍ୟକ୍ଷ ଶ୍ରୀ ବେହେରା ଉକ୍ତ ସ୍ଥାନକୁ ସିଲିଂ କାମ ଦେଖିବାକୁ ଯାଇ…

"ବ୍ରଜନାଥପୁର ହାଇସ୍କୁଲର ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାର ଅଭିଯୋଗ"

ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ତାଳଚେର,୨୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ମାସ ୩୦ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୬ତମ ଲୋକ ମହୋତ୍ସବର ଚୂଡାନ୍ତ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ମହାନ୍ତି ଉପସ୍ଥିତ ସବ୍-କମିଟିର ସଦସ୍ୟମାନଙ୍କୁ ନ୍ୟସ୍ତ କରା ଯାଇଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଅଗ୍ନି ରୂପରେ ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ…

"ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ"

ମା’ହିଙ୍ଗୁଳାଙ୍କ ପୀଠରେ ଜନ୍ତାଳ ପୂଜା

ତାଳଚେର,୨୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା ବୁଧବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ମଧ୍ୟାହ୍ନ ଗୋଟାଏ ବେଳେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇ ବିଧି ମୁତାବକ ପୂଜା କରାଯାଇଥିଲା । ଏହାପରେ ଡାକୁଆମାନେ ଏକ ଶୋଭାଯାତ୍ରାରେ ପତିଆରଙ୍କ ଘରକୁ ଯାଇଥିଲେ । ସେଠାରେ ପତିଆରଙ୍କୁ ତିନି ଡାକ ଡାକିବାରୁ ପତିଆର ବାହାରକୁ ଆସି ନିକଟସ୍ଥ ପୁଷ୍କରଣୀରେ ସ୍ନାନ କରିବାପରେ କୁଟେଇଶୁଣି ମଣ୍ଡପକୁ ଯାତ୍ରା କରିଥିଲେ । ସେଠାରେ ଦେହୁରୀ ତାଙ୍କୁ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ସେହି ନୂତନ ବସ୍ତ୍ର ପରିଧାନ କରିସାରିଲା…

"ମା’ହିଙ୍ଗୁଳାଙ୍କ ପୀଠରେ ଜନ୍ତାଳ ପୂଜା"

ବନବାସପୁର ଗ୍ରାମବାସୀଙ୍କ ଦ୍ୱାରା ହିଙ୍ଗୁଳା ଖଣି ବନ୍ଦ ଆନେ୍ଦାଳନ

ତାଳଚେର,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ବନବାସପୁର ଗ୍ରାମବାସୀ ମାନେ ବୁଧବାର ସକାଳୁ ନିଯୁକ୍ତି ଦାବୀରେ ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲାଖଣିରେ ବନ୍ଦ ଆନେ୍ଦାଳନ କରିଥିଲେ । ଗ୍ରାମବାସୀମାନେ ହିଙ୍ଗୁଳା ଟାଇମ୍ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଶାଳବଣିଆ ସ୍ଥିତ ପରିବହନ ରାସ୍ତାରେ ଆନେ୍ଦାଳନ କରିବାରୁ କୋଇଲା ଉତୋଳନ ଓ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ସୂଚନାରୁ ପ୍ରକାଶ,ଏମ୍.ସି.ଏଲ୍ ଦ୍ୱାରା ବନବାସପୁର ଗ୍ରାମ ଅଧିଗ୍ରହଣ କରାଯାଇଥିବା ବେଳେ ଗ୍ରାମର୧୧ଜଣ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ଏମ୍.ସି.ଏଲ୍ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ସେମାନଙ୍କର ମେଡିକାଲ୍ ଟେଷ୍ଟ ହୋଇସାରଥିବା ବେଳେ ନିଯୁକ୍ତି ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ରକୁ ଏଫ୍.ଡି. କରିବା ନିମନ୍ତେ ଏମ୍ସିଏଲ୍…

"ବନବାସପୁର ଗ୍ରାମବାସୀଙ୍କ ଦ୍ୱାରା ହିଙ୍ଗୁଳା ଖଣି ବନ୍ଦ ଆନେ୍ଦାଳନ"

ତେହେରାନପୁର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଦାବୀ

ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ତେହେରାନପୁର ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବୀ ହୋଇଛି । ପ୍ରାୟ ୬ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଗ୍ରୀଷ୍ମ ଋତୁରେ ପ୍ରବଳ ଜଳାଭାବ ଦେଖା ଦେଇଥାଏ । ଚଳିତବର୍ଷ ମଧ୍ୟ ଗ୍ରୀଷ୍ମ ଋତୁର ଆବିର୍ଭାବ ଯୋଗୁଁ ବ୍ୟବହୃତ କୂଅଗୁଡ଼ିକ ଶୁଖିଗଲାଣି । ଫଳରେ ଲୋକେ ବାଧ୍ୟ ହୋଇ ନନ୍ଦିରା ଯୋରର ଜଳକୁ ବ୍ୟବହାର କରୁଛନ୍ତି । ଯଦ୍ୱାରା ଲୋକେ ଝାଡ଼ା,ବାନ୍ତି,ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବର୍ଷ ଏପରି ଜଳାଭାବରେ ଲୋକେ ସମ୍ମୁଖୀନ ହୋଇ ଆସୁ ଥିବାବେଳେ ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ପୂର୍ବରୁ ଅନେକବାର ଅବଗତ ମଧ୍ୟ…

"ତେହେରାନପୁର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଦାବୀ"

ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ତାଳଚେର,୮/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ଗ୍ରୀନ୍ ଭ୍ୟାଲି କ୍ଲବଠାରେ ଅନ୍ତର୍ଜାତୀୟ ମହିଳା ଦିବସ-୨୦୧୮ ମହାସମାରୋହରେ ପାଳିତ ହୋଇଯାଇଛି । ଅନନ୍ୟା ମହିଳା ମଣ୍ଡଳ ଏବଂ ୱିପ୍ସ ଜଗନ୍ନାଥ କ୍ଷେତ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦିବସ ଉପଲକ୍ଷେ ଝୋଟି,ରଙ୍ଗୋଲୀ,ବେଷ୍ଟ ଆଉଟ ଅଫ୍ ବେଷ୍ଟ ସ୍ପିଚ୍ ଏବଂ ସ୍ଲୋଗାନ୍ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏହି ଅବସରରେ ହିନ୍ଦୀ ଦୈନିକ ଖବରକାଗଜ ନବଭାରତ ଟାଇମ୍ସର ପ୍ରତିନିଧି ସୁସୁଶ୍ରୀ ପାତ୍ର ଉପସ୍ଥିତ ରହି ମହିଳାମାନଙ୍କ ପ୍ରଗତିରେ ଗଣମାଧ୍ୟମର ଯୋଗଦାନ ସମ୍ପର୍କରେ ମହିଳାମାନଙ୍କୁ ସୂଚନା ଦେଇଥିଲେ । ସେହିପରି ମହିଳାମାନଙ୍କର ସଶକ୍ତିକରଣକୁ ଉଜ୍ଜାଗର କରିବା ସଚେତନତା ତଥା ଉଦେ୍ଦଶ୍ୟରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା…

"ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ"

କଳମଛୁଇଁ ଗ୍ରାମରେ ଦୋଳ ଉତ୍ସବ ପାଳିତ

ତାଳଚେର, ୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଦୋଳ ଉତ୍ସବ ଗୁରୁବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅପରାହ୍ନରେ ଗ୍ରାମ ପୂଜକ ନିରଞ୍ଜନ ଦାସ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତିକୁ ପୂଜା କରିବାପରେ ଏକ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ବିଜେ କରାଯାଇଥିଲା। ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଠାକୁରଙ୍କୁ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ କଳମଛୁଇଁ ଗ୍ରାମର ଲଉଡୀ ଖେଳ, ମଝୀକା ଗ୍ରାମର ଓଡିଶୀ, ପୁରୁଣା ସାହିର ନଦିଆଁ ସଂକୀର୍ତନ ବେଶ୍ ଚିତାକର୍ଷକ ହୋଇଥିଲା। ଏହି ଉତ୍ସବରେ ଆଖପାଖ ଅଂଚଳର ବହୁ ଜନସମାଗମ ହୋଇଥିଲା। ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ…

"କଳମଛୁଇଁ ଗ୍ରାମରେ ଦୋଳ ଉତ୍ସବ ପାଳିତ"

ଜୀବନସାଥି ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର; ୯୫ ୟୁନିଟ୍ ରକ୍ତ ସଂଗୃହୀତ

ତାଳଚେର,୨୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜୀବନସାଥି ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଦିନ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏମ୍.ଜି.ବ୍ରହ୍ମପୁରକର ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠନିକ ଭାବରେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ଜଗନ୍ନାଥ କୋଇଲାଖଣିର ପ୍ରକଳ୍ପ ଅଧିକାରୀ ଶ୍ରୀବତ୍ସ କୁମାର ସାହୁ,କାର୍ମିକ ଅଧିକାରୀ ସୁଦର୍ଶନ ବେହେରା,ନାଟ୍ୟକାର ମୁକୁନ୍ଦ ଶତପଥୀ, ଜୀବନସାଥି ଫାଉଣ୍ଡେସନର ସଭାପତି ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସାମ୍ବାଦିକ ରଙ୍ଗାଧର ନାୟକ, ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ,ମହେନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ଦୋରା ଓ…

"ଜୀବନସାଥି ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର; ୯୫ ୟୁନିଟ୍ ରକ୍ତ ସଂଗୃହୀତ"

ଗଙ୍ଗାଧର ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ତାଳଚେର,୧୪/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ସନ୍ଥପଡ଼ା ଡାଇମଣ୍ଡ କ୍ଲବ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଗଙ୍ଗାଧର ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଦୀର୍ଘ ୮  ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଗିରାଙ୍ଗ ଓ ନୂଆହତା ଦଳ ମଧ୍ୟରେ ଖେଳା ଯାଇଥିଲା । ଗିରାଙ୍ଗ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୫ ରନ୍ କରିଥିଲା । ଜବାବରେ ନୂଆହତା ଦଳ ସମସ୍ତ ୱିକେଟ ହରାଇ ୬୫ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ଏନ୍.ଟି.ପି.ସି ତାଳଚେର ଥର୍ମାଲର ମହାପ୍ରବନ୍ଧକ ମିଥିଲେଶ…

"ଗଙ୍ଗାଧର ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଯାପିତ"