ମା ହିଙ୍ଗୁଳା ପାଠାଗାର ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା

ତାଳଚେର, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝୀକାସ୍ଥିତ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ରଙ୍ଗୋଲି ପ୍ରତିଯୋଗିତା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆମ୍ବପାଳ ନତଡା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୫ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବରେ ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ, ଶିକ୍ଷାବିତ୍ ଉମେଶ ସାହୁ ଓ ଅଖିଳ କୁମାର ସାହୁ ପ୍ରମୁଖ ଯୋଗ ଦେଇ କଳାକୃତିଗୁଡିକର ମୂଲ୍ୟାଙ୍କନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ,…

"ମା ହିଙ୍ଗୁଳା ପାଠାଗାର ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା"