ବିଭିନ୍ନ ଦାବି ନେଇ ଜିଲ୍ଲାର ଘରୋଇ ନର୍ସିଂହୋମ୍ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ

ଅନୁଗୋଳ, ୨୫/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧ କରି ଅନୁଗୋଳ ଜିଲ୍ଲାର ବିଭିନ୍ନ ଘରୋଇ ନର୍ସିଂ ହୋମ, ଡାଇଗ୍ନୋସ୍ଟିକ ସେଂଟର, ଫିଜିଓଥେରାପି, ପାଥୋଲ୍ୟାବ ଆଦିରେ ଶୁକ୍ରବାର ଦିନ ୨୪ଘଂଟିଆ ବନ୍ଦ ପାଳନ କରାଯାଉଛି। ଅଲ ଓଡ଼ିଶା ପ୍ରାଇଭେଟ୍ ମେଡ଼ିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ଆହ୍ୱାନରେ ଅନୁଗୋଳ ଜିଲ୍ଲା କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆଣ୍ଡ ପ୍ରାଇଭେଟ୍ ପ୍ରାକ୍ଟିସନର୍ସ ଆସୋସିଏସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ଏହି ବନ୍ଦ ପାଳନ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୂଚନା ଦିଆଯାଇଛି। ଫୋରମ୍ ର କହିବାନୁସାରେ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟ, ନବୀକରଣ, ପଞ୍ଜିକରଣ, ଅଗ୍ନି ସୁରକ୍ଷା ଆଇନ୍, ପ୍ରିଭେନସନ ଟୁ ଭାୟୋଲେସନ ଆଣ୍ଡ ଡ୍ୟାମେଜ ଟୁ…

"ବିଭିନ୍ନ ଦାବି ନେଇ ଜିଲ୍ଲାର ଘରୋଇ ନର୍ସିଂହୋମ୍ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ"