ଅନୁଗୋଳରେ ପଂଚାୟତରାଜ ଦିବସ ପାଳିତ

  ଅନୁଗୋଳ, ୫/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳରେ ଜିଲ୍ଲାସ୍ତରୀୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ ତଥା ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାସହ ତାଙ୍କର ଜୀବନୀ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଜୁ ବାବୁଙ୍କର ଶିଳ୍ପ ନୀତି ଓ ଚିନ୍ତାଧାରା ଓଡ଼ିଶାକୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଉଦ୍ୟମ ପ୍ରଂଶସନୀୟ ଥିଲା। ପଂଚାୟତରାଜ ବ୍ୟବସ୍ଥାରେ କ୍ଷମତା ବିକେନ୍ଦ୍ରୀକରଣ ସହ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବା ଦ୍ୱାରା ଏହା ସୁଦୃଢ଼…

"ଅନୁଗୋଳରେ ପଂଚାୟତରାଜ ଦିବସ ପାଳିତ"