ପଖୋରୀରେ ବୁଡି ଭାଇ ଭଉଣୀ ମୃତ

କୋରାପୁଟ ୦୯-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରବିବାର ଅପରାହ୍ନ୍ନରେ ବୈପାରିଗୁଡା ବ୍ଲକ୍ ରାମଗିରିରେ ଭାଇ ଭଉଣୀ ଗାଧୋଇବାକୁ ଯାଇ ପଖୋରୀରେ ବୁଡି ମରିବା ଭଳି ଏକ ଦୁଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବରୁଣ ଗୌଡଙ୍କ ପୁଅ ତାନା ଗୌଡ(୬) ଓ ଝିଅ ଲକ୍ଷ୍ମୀ ଗୌଡ(୪) ଆଜି ଅପରାହ୍ନରେ ନିକଟସ୍ଥ ପଖୋରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ପାଇ ରାମଗିରି ପୁଲିସ ଓ ବୈପାରିଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଉଭୟଙ୍କୁ ଖୋଜା ଖୋଜି କରିବା ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଥାଉକି, ମୃତ ଦୁଇ…

"ପଖୋରୀରେ ବୁଡି ଭାଇ ଭଉଣୀ ମୃତ"