ନବ ବର୍ଷରେ ହିଙ୍ଗୁଳା ପୀଠରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

ତାଳଚେର, ୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଇଂରାଜୀ ନବବର୍ଷର ପ୍ରଥମ ଦିବସ ଅବସରରେ ସୋମବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କୁ ଗୋପାଳପ୍ରସାଦସ୍ଥିତ ପୀଠରେ ଦର୍ଶନ କରିବାସହ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ। ନୂଆ ବର୍ଷର ପ୍ରାରମ୍ଭରେ ମା’ଙ୍କ ପହିଲି ଦର୍ଶନ କରିବା ତଥା ମା’ଙ୍କ କୃପାଲାଭ କରିବା ନିମନ୍ତେ ଆଜି ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ଭିଡ଼ ଜମାଇଥିଲେ। ଭକ୍ତମାନେ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କ ଦୁର୍ଲ୍ଲଭ ଦର୍ଶନ କରିବାସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଭକ୍ତମାନଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ମା’ ଙ୍କର…

"ନବ ବର୍ଷରେ ହିଙ୍ଗୁଳା ପୀଠରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା"