ମା’ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ଏ.ସି.ସି, ଅନୁଗୋଳ ବିଜୟୀ

ତାଳଚେର, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦଠାରେ ଚାଲିଥିବା ମା’ହିଙ୍ଗୁଳାକ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ମ୍ୟାଚ୍ ପାୟୋନିୟର କ୍ଲବ, ପୁରୀ ଏବଂ ଏ.ସି.ସି, ଅନୁଗୋଳ ମଧ୍ୟରେ ଖେଳାଯାଇଥିଲା। ଏ.ସି.ସି, ଅନୁଗୋଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୭ୱିକେଟ୍ ବିନିମୟରେ ୧୮୬ରନ୍ ସଂଗ୍ରହ କରିଥିଲା। ବିଷ୍ଣୁ ବେହେରାଙ୍କ ୫୨ ଏବଂ ସୁନିଲ ସାହୁଙ୍କ ୪୮ରନ୍ ର ଚିତାକର୍ଷକ ଇନିସିଂ ଖେଳିଥିଲେ। ଏହାର ଜବାବରେ ପାୟୋନିୟର କ୍ଲବ, ପୁରୀ ୨୨.୨ଓଭରରେ ୧୧୬ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ଏହି ମ୍ୟାଚ୍ ରେ ଏ.ସି.ସି, ଅନୁଗୋଳ ବିଜୟୀ ହୋଇଥିଲା। ବିଷ୍ଣୁ ବେହେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦୁର୍ଯ୍ୟୋଧନ ଗଡ଼ନାୟକ ଏବଂ…

"ମା’ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ଏ.ସି.ସି, ଅନୁଗୋଳ ବିଜୟୀ"