ଗ୍ରାମ ବିକାଶ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ

ଦାରିଙ୍ଗବାଡ଼ି,୨୩ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଆର୍ନ୍ତାଜାତୀୟ ସ୍ୱେତ୍ସାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ଦାରିଙ୍ଗବାଡି ବ୍ଲକର ପତ୍ରମାହା ପଂଚୟାତର କର୍କେବାଡି ଗ୍ରାମରେ ବିଶ୍ୱ ଶୌଚାଳୟ ଦିବସ ପାଳୀତ ହୋଇଯାଇଛି। ପାଳିତ ହୋଇଥିବା ଏହି ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ସ୍ଥାନୀୟ ଲୋକଙ୍କୁ ଶୌଚାଳୟର ଆବଶ୍ୟକତା ଓ ବ୍ୟବହାର ଉପରେ ସଚେତନ କରାଯାଇଥିଲା। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ସାହୁ, ବିଭାଗୀୟ ଯନ୍ତ୍ରୀ, ମେଡିକାଲ ଅଫିସର ଜୟପାଳ ସେନାପତି, ଗ୍ରାମ ବିକାଶର ପ୍ରକଳ୍ପ ସଂଯୋଜକ ଦିନବନ୍ଧୁ ସ୍ୱାଇଁ, ବଟକୃଷ୍ନ ନାୟକ, ଛବିରାଣୀ ମହାନ୍ତି ପ୍ରମୂଖ ଏହି ଆଲୋଚନାରେ ଭାଗ ନେଇ ଯୋଜନାର ଆଭିମୁଖ୍ୟ ସଂପର୍କରେ…

"ଗ୍ରାମ ବିକାଶ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ"

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଫୁଲବାଣୀ, ୨୩ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା କୁଣ୍ଡିପଦର ଗ୍ରାମର ପଂଚାନନ ଭୋଇ। ଆଜି ସକାଳେ ଫୁଲବାଣୀ-ବୌଦ୍ଧ ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ନେଇ କିଛି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢ଼ି ଯାଇଥିବା ଦେଖିବାକୁ ପାଇଥିଲା।ମୂଣ୍ଡ ସଂପୂର୍ଣ୍ଣ ରୂପେ ଚାପି ହୋଇ…

"ଅଜଣା ଗାଡି ଧକ୍କାରେ ଯୁବକ ମୃତ"

ଅଦିନିଆ ବର୍ଷାରେ ଫସଲ ନଷ୍ଟ-ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ, ୨୧/୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଅଦିନିଆ ବର୍ଷା ଅମଳ ହୋଇଥିବା ଫସଲକୁ ଉଜାଡି ଦେବା କାରଣରୁ ହତାଶ ହୋଇ ଜଣେ ଚାଷି ଆଜି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।ଯଥେଷ୍ଟ ପୂର୍ବରୁ ଏଥିପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଶାସନ ତଥା କୃଷି ବିଭାଗକୁ ନିର୍ଦ୍ଦେଶ ଆସିଥିଲେ ବି ଏହା ଉପରେ ଗୁରୁତ୍ୱ ଦିଆ ଯାଇ ନ ଥିବା ଆଜିର ଘଟଣାରୁ ପ୍ରମାଣିତ ହୋଇଛି। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କେ.ନୂଆଗାଁ ବ୍ଲ୍କର ଆଡିମାହା ପଂଚାୟତର ଲଙ୍କାମୁଣ୍ଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପର୍ଶୁରାମ ମଲିକ ନାମକ ଜଣେ ଚାଷୀ ତାଙ୍କର ୫ ଏକର…

"ଅଦିନିଆ ବର୍ଷାରେ ଫସଲ ନଷ୍ଟ-ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ"

କନ୍ଧମାଳର ମହିଳା ଗୋଆରୁ ଉଦ୍ଧାର

ଫୁଲବାଣୀ, ୨୧ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି); ଦୀର୍ଘ ଏକ ବର୍ଷ ହେଲା ନିଖୋଜ ଥିବା ଜଣେ ମହିଳାଙ୍କୁ କନ୍ଧମାଳ ଜିଲା ପୁଲିସ ଗୋଆରୁ ଉଦ୍ଧାର କରିଛି। ଜିଲା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗୋଆର ବାମ୍ବୋଲିନ ମାନସିକ ଚିକିତ୍ସା କେନ୍ଦ୍ରରୁ ଏହି ମହିଳାଙ୍କୁ ଉଦ୍ଧାର କରଥିବା ପୁଲିସ ସୁତ୍ରରୁ ଜଣାପଡିଛି। ତାଙ୍କର ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା। ପରେ ସଂପୃକ୍ତ ମହିଳାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଡିଏସପି ଚନ୍ଦ୍ର ଶେଖର ହୋତା ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଗୋଚ୍ଛାପଡା ଥାନା କାମପଦର ଗ୍ରାମର ସମ୍ପୃକ୍ତ ମହିଳାଙ୍କୁ ୨୦୧୬ ମସିହାରେ ୩ ଜଣ ଯୁବକ ନେଇଯାଇ ମଧ୍ୟପ୍ରଦେଶରେ ବିକ୍ରି କରି ଦେଇଥିଲେ। ପରିବାର ଲୋକେ…

"କନ୍ଧମାଳର ମହିଳା ଗୋଆରୁ ଉଦ୍ଧାର"

କନ୍ଧମାଳ:୨୬ ତାରିଖରେ ଜାତୀୟ ସ୍ତରୀୟ ସାରସ୍ୱତ ଉତ୍ସବ

ଫୁଲବାଣୀ, ୧୯/୧୦ (ଓଡ଼ିଆ ପୁଅ/ଅଶୋକ ମହାନ୍ତି):କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ‘କନ୍ଧମାଳ ସାହିତ୍ୟ ମହୋତ୍ସବ’ ନାମରେ ଏକ ଜାତୀୟ ସ୍ତରୀୟ ସାରସ୍ୱତ ଉତ୍ସବର ଆୟୋଜନ କରାଯାଉଛି। କଳିଙ୍ଗ ସାହିତ୍ୟ ମହୋତ୍ସବ ଏବଂ ଓଡ଼ିଶା ଡାଇରୀ ଫାଉଣ୍ଡେସନର ତରଫରୁ କନ୍ଧମାଳ ପ୍ରୋଗ୍ରେସିଭ୍ ଫୋରମ ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ସାହିତ୍ୟ ମହୋତ୍ସବ ଆସନ୍ତା ନଭେମ୍ବର-୨୬ ତାରିଖ ଦିନ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବର ଆବାହକ ବରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି। ସାହିତ୍ୟ ସଂସ୍କୃତି ଓ ପ୍ରକୃତି ମଧ୍ୟରେ ପାରସ୍ପରିକ ସଂପର୍କ ସହିତ ଓଡିଆ ସାହିତ୍ୟର ସନ୍ଦର୍ଭରେ କନ୍ଧମାଳର ସ୍ଥାନକୁ ଚିହ୍ନିତ କରିବା…

"କନ୍ଧମାଳ:୨୬ ତାରିଖରେ ଜାତୀୟ ସ୍ତରୀୟ ସାରସ୍ୱତ ଉତ୍ସବ"

୬୪ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ଫୁଲବାଣୀ, ୧୭ା୧୦ (ଓଡ଼ିଆ ପୁଅ) :୬୪ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଳା ସମବାୟ ସଂଘ ପକ୍ଷରୁ ସମବାୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ଦିବସ ପାଳିତ ହୋଇଯାଇଛି। ସଭାପତି ଗୌରି ଶଙ୍କର ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦିକା ଜ୍ୟୋତିମୟୀ କହଁର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥିଭାବେ ଜିଲ୍ଳା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ଼.ଲଲାଟେନ୍ଦୁ କୁମାର ଆଇଚି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମବାୟ ସମିତି ସମୁହର ଉପ-ନିବନ୍ଧକ ପ୍ରମୋଦ କୁମାର ସାହୁ ଯୋଗଦେଇ ସମବାୟ ସମିତି ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥିଭାବେ ନାବାର୍ଡ଼ ଏ.ଜି.ଏମ୍…

"୬୪ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ"

ନାବାଳିକାଙ୍କୁ ଗଣ ବଳାତ୍କାର ଘଟଣା: ୩ ବର୍ଷ ବାଳ ସୁଧାର ଗୃହରେ ରହିବେ ନାବାଳକ

ଫୁଲବାଣୀ, ୧୭/୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଗତ ୨୦୧୪ ମସିହାରେ ସଂଘଟିତ ଏକ ନାବାଳିକା ଗଣ ବଳାତ୍କାର ମାମଲାର ବିଚାର କରି, ଶୁକ୍ରବାର ଫୁଲବାଣୀ ବାଳ ନ୍ୟାୟିକ ସମିତି(ଜୁଭେନାଇଲ ଜଷ୍ଟିସ ବୋର୍ଡ)ର ପ୍ରମୁଖ ବିଚାରପତି ଅଭିଜିତ୍ ପଲେଇ ସମ୍ପୃକ୍ତ ନାବାଳକଙ୍କୁ ୩ ବର୍ଷ ବାଳ ସୁଧାର ଗୃହରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ନାବାଳକ ଜଣକ ଜାମିନରେ ଯାଇଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ, ୨୦୧୪ ମସିହା ଜୁଲାଇ ୨୨ତାରିଖ ସନ୍ଧ୍ୟାରେ ସମ୍ପୃକ୍ତ ନାବାଳିକା ଗ୍ରାମରେ ଥିବା ତାଙ୍କ ବଡବାପାଙ୍କ ଘରୁ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋ ଗାଡିରେ ୬ ଜଣ ଆସି ନାବାଳିକା ଜଣଙ୍କୁ ଉଠାଇ ନେଇ ସାରଂଗଡ ନିକଟ ଜଂଗଲରେ ଗଣ ବଳାତ୍କାର…

"ନାବାଳିକାଙ୍କୁ ଗଣ ବଳାତ୍କାର ଘଟଣା: ୩ ବର୍ଷ ବାଳ ସୁଧାର ଗୃହରେ ରହିବେ ନାବାଳକ"

ନାବାଳିକା ବଳାତ୍କାର ମାମଲା-ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ, ୧୭/୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରିି ଫୁଲବାଣୀ ଅତିରିକ୍ତ ଦୌରାଜଜ ତଥା ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସୁଶାନ୍ତ କୁମାର ପଟେଲ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଦୋଷୀକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି। ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ଥାନା ଅଂଚଳର ଦିବାକର ନାୟକ ଓରଫ ବୁଢ଼ା। ଘଟଣାର ବିବରଣୀରୁ ପ୍ରକାଶ, ବାଲିଗୁଡା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ମା’ ବାପାଙ୍କ ସହ ବାଲିଗୁଡାରେ ରହୁଥିଲେ। ତେବେ ମା’ ବାପା ଗ୍ରାମକୁ…

"ନାବାଳିକା ବଳାତ୍କାର ମାମଲା-ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ"

୨୬ରେ କନ୍ଧମାଳ ଲିଟରେଚର ଫେଷ୍ଟିଭାଲ

ଭୁବନେଶ୍ୱର, ୭।୧୧(ଓଡ଼ିଆ ପୁଅ): କଳିଙ୍ଗ ଲିଟେରେଚର୍ ଫେଷ୍ଟିଭାଲ୍ ଏବଂ ଓଡିଶା ଡାଏରୀ ଫାଉଣ୍ଡେସନ ଦ୍ୱାରା କନ୍ଧମାଳ ପ୍ରୋଗ୍ରେସିଭ୍ ଫୋରମ୍ର ମିଳିତ ସହଯୋଗରେ ପ୍ରକୃତି, ସଂସ୍କୃତି ଓ ସାହିତ୍ୟର ସଂଯୋଗୀକରଣକୁ ନେଇ ଆସନ୍ତା ନଭେମ୍ବର ୨୬ ତାରିଖରେ ଫୁଲବାଣୀ ଠାରେ ଆୟୋଜିତ ହେବାକୁଯାଉଛି ‘କନ୍ଧମାଳ ଲିଟେରେଚର୍ ଫେଷ୍ଟିଭାଲ୍’। ଓଡିଶା ଡାଏରୀ ଫାଉଣ୍ଡେସନ, କଳିଙ୍ଗ ଲିଟେରେଚର୍ ଫେଷ୍ଟିଭାଲ୍ ଅଭିଯାନ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ସାହିତ୍ୟ ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ସୁସଜ୍ଜିତ କନ୍ଧମାଳ ନିଜର ସାଂସ୍କୃତିକ ବିଭବ ଏବଂ ସାଧାରଣ ଜୀବନ ଶୈଳୀ ତଥା ସୁମଧୁର ବ୍ୟବହାରକୁ ନେଇ ବେଶ୍ ପରିଚିତ। ଜଣେ କବି, ଭାବୁକ, ସାହିତ୍ୟିକ…

"୨୬ରେ କନ୍ଧମାଳ ଲିଟରେଚର ଫେଷ୍ଟିଭାଲ"

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

ଫୁଲବାଣୀ ୦୯.୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଓଡ଼ିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡା. ଚନ୍ଦ୍ର ଶେଖର କୁମାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ଶତକଡ଼ା କେତେଭାଗ ସମ୍ପୂର୍ଣ୍ଣ ହୋଇଛି ଓ କେତେଭାଗ ଅସମ୍ପୂର୍ଣ୍ଣ ରହିଛି ଏବଂ ଅସମ୍ପୂର୍ଣ୍ଣ ରହିବାର କାରଣ ଓ ଏହାର ସମାଧାନ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଏହି କ୍ରମରେ, ପାନୀୟ ଜଳ, ପାଇପ୍ ଜଳ ଓ ବାହ୍ୟ ମଳ ତ୍ୟାଗ ଅଞ୍ଚଳ ଉପରେ ଗ୍ରାମ୍ୟ ଜଳ ଯୋଗାଣ ଓ…

"ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ଗସ୍ତ"