ଘଟଗାଁ ଅଂଚଳରେ ହାତୀ ଉପଦ୍ରବ, ବ୍ୟପକ ଫସଲ ନଷ୍ଟ

ଘଟଗାଁ,୨/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଅନ୍ତର୍ଗତ ବିଣାଝରୀ ଗ୍ରାମ ସମେତ ଆଖପାଖ ଗ୍ରାମ ଗୁଡିକରେ ଗତ ଦୁଇ ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି । ବିଳମ୍ବିତ ରାତିରେ ୪ ରୁ ୫ଟି ହାତୀ ନିକଟସ୍ଥ ଜଙ୍ଗଲରୁ ବାହାରି ଧାନ ଫସଲ ଖାଉଥିବା ବେଳେ ଅଧିକାଂଶ ଫସଲକୁ ଦଳି ମକଚି ନଷ୍ଟ କରିଦେଇଥିବା ଜଣାପଡିଛି । ରାତ୍ରୀ ଉଜାଗର ହୋଇ ଗ୍ରାମବାସୀ ମାନେ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବନବିଭାଗ ପକ୍ଷରୁ ବାଣ କିମ୍ବା ଲାଇଟର ବ୍ୟବସ୍ଥା କରାଯାଇନଥିବା ଯୋଗୁ ହାତୀ ଗୁଡିକୁ ଘଉଡାଇବାରେ ଗ୍ରାମବାସୀ ବିଫଳ ହେଉଥିବା କହିଛନ୍ତି । ସେହିପରି କେନ୍ଦୁଆପଡା,ରାଜପାଟ,କୋଳିପଶୀ ଆଦି ଗ୍ରାମଗୁଡିକର ଚାଷୀ ମଧ୍ୟ କ୍ଷତିଗ୍ରସ୍ଥ…

"ଘଟଗାଁ ଅଂଚଳରେ ହାତୀ ଉପଦ୍ରବ, ବ୍ୟପକ ଫସଲ ନଷ୍ଟ"

ବିଦ୍ୟୁତ ବିଲ ଆଦାୟ କରିବେ ସ୍ୱୟଂସହାହିକା ମହିଳା

ଘଟଗାଁ, ୧.୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ସହାୟିକା ମହିଳା ମାନେ ବିଦ୍ୟୁତ ବିଲ ବାଣ୍ଟିବା ସହ ବକେୟା ଅର୍ଥ ସଂଗ୍ରହ କରି ଆତ୍ମନିର୍ଭରଶୀଳ ହେବେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଚଳିତ ମାସଠାରୁ ସ୍ବୟସହାହିକା ଗୋଷ୍ଟିର ମହିଳା ମାନେ ପ୍ରତ୍ୟକ ଗ୍ରାମରେ ବିଦ୍ୟୁତ ବିଲ ବାଣ୍ଟି ଅର୍ଥ ସଂଗ୍ରହ କରି ରୋଜଗାର କରିବା ପାଇଁ ନେସ୍କୋ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ବିଭିନ୍ନ ସରକାରୀ ପ୍ରତ୍ସାହନରେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ ନେସ୍କୋ ପକ୍ଷରୁ ରୋଜଗାର ପନ୍ଥାପାଇ ବେଶ ଉତ୍ସାହିତ ହୋଇଥିବା ଦେଖା ଯାଇଛି। ବିଦ୍ୟୁତ ବିଭାଗର ଦାଇତ୍ବ ତୁଲାଇବା ପାଇଁ ପ୍ରାରମ୍ଭିକ ସ୍ଥରରେ ମହିଳା ମାନଙ୍କୁ ତାଲିମ ଦିଆ ଯାଇଥିବା ବେଳେ ଆଗାମୀ ଦିନରେ ଅଦିକ ତାଲିମ ପ୍ରଦାନ…

"ବିଦ୍ୟୁତ ବିଲ ଆଦାୟ କରିବେ ସ୍ୱୟଂସହାହିକା ମହିଳା"

ତହସିଲଦାରଙ୍କ ବୈଠକକୁ ଭଣ୍ଡୁର କଲେ କିଛି ମୁଷ୍ଟିମେୟ ଲୋକ

ଘଟଗାଁ, ୨୯/୦୮(ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ତହସିଲଦାର ଶ୍ରୀଯୁକ୍ତ ପ୍ରମୋଦ ପୃଷ୍ଟି ଘଟଗାଁ ବଜାରର ପାରିପାଶ୍ୱିକ ଉନ୍ନତି କରଣ, ଟ୍ରାଫିକ ସମସ୍ୟା ଓ ଏଠାକୁ ଆସୁଥିବା ଦର୍ଶାନାର୍ଥିଙ୍କ କ୍ଷେତ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ଦୂରିକରଣ ସମ୍ବନ୍ଧିୟ ଏକ ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ କରିବା ପାଇଁ ଡାକିଥିଲେ। ଏହି ବୈଠକକୁ ଘଟଗାଁ ଅଂଚଳର ଦୁଇଟି ପଂଚାୟତ ମୁକୁନ୍ଦପୁରପାଟଣା ଓ ଉପରଡିହା ଗ୍ରାମପଂଚାୟତର ଉଭୟ ସରପଂଚ ଓ ସମିତି ସଭ୍ୟଙ୍କୁ ନିମନ୍ତ୍ରଣ କରିଥିବା ସହ ଘଟଗାଁ ବ୍ଲକ ଅଧ୍ୟକ୍ଷା, ଘଟଗାଁ ବିଡିଓ, ଘଟଗାଁ ଥାନା ଅଧିକାରୀ, ଏସଡିପିଓ ଓ ଅଂଚଳରେ ସକ୍ରିୟ ଥିବା ବିଭିନ୍ନ ସଂଘର ସଭାପତି ଓ ସମ୍ପାଦକ ମାନଙ୍କୁ ପତ୍ର ମଧ୍ୟମରେ ଯୋଗ…

"ତହସିଲଦାରଙ୍କ ବୈଠକକୁ ଭଣ୍ଡୁର କଲେ କିଛି ମୁଷ୍ଟିମେୟ ଲୋକ"

ବସ ଧକ୍କାରେ ବୃଦ୍ଧ ଗୁରୁତର

ଘଟଗାଁ, ୨୮/୦୮(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମ ନିକଟରେ ଗ୍ରାମର ଇନ୍ଦ୍ରମଣୀ ମହାନ୍ତ ରାସ୍ତା ପାର ହେଉଥିବା ବେଳେ ଏହି ସମୟରେ ହରିଚନ୍ଦନପୁର ଆଡୁ ଆସୁଥିବା OD09-F-5399 ପ୍ରାଚୀ ନାମକ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବସଟିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।

"ବସ ଧକ୍କାରେ ବୃଦ୍ଧ ଗୁରୁତର"

ବେଆଇନ ମାର୍କେଟ କମ୍ପଲେକ୍ସକୁ ଭାଙ୍ଗିଲା ପ୍ରଶାସନ

ଘଟଗାଁ, ୨୫/୦୮(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ତହସିଲ କାର୍ଯ୍ୟଳୟ ନିକଟସ୍ଥ ସରକାରୀ ଜମିରେ ଦିର୍ଘଦିନରୁ ନିର୍ମାଣ କରାଯାଇଥିବା ମାର୍କେଟ କମ୍ପଲେକ୍ସକୁ ଆଜି ଘଟଗାଁ ତହସିଲଦାର ଶ୍ରୀଯୁକ୍ତ ଡ. ପ୍ରମୋଦ କୁମାର ପୃଷ୍ଟି ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତିରେ ଉକ୍ତ କମ୍ପଲେକ୍ସଟିକୁ ଉଚ୍ଛେଦ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଯୋଗ୍ୟ ଯେ ଘଟଗାଁ ନିକଟସ୍ଥ ଉପରଡିହା ଗ୍ରାମର ଜଣେ ଠିକାଦାର ତଥା ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଆଗଧାଡିର ଛାମୁଆ କର୍ମୀ ହୋଇଥିବାରୁ ନିଜର ପତିଆରା ଜାହିର କରି ଦିର୍ଘବର୍ଷ ହେବ ତହସିଲ ଅଧିନରେ ଥିବା ସରକାରୀ ଜାଗାକୁ ନିଜ ଜମି ଦର୍ଶାଇ ଏକ ମାର୍କେଟ କମ୍ପଲେକ୍ସ…

"ବେଆଇନ ମାର୍କେଟ କମ୍ପଲେକ୍ସକୁ ଭାଙ୍ଗିଲା ପ୍ରଶାସନ"

ଘଟଗାଁ ଯୁବସେବା ସଂଘ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା

ଘଟଗାଁ, ୨୩/୦୮(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁରେ ନୂତନ କରି ଗଢି ଉଠିଥିବା ଯୁବସେବା ସଂଘ କେରଳ ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଛି। ଘଟଗାଁ ଅଂଚଳରେ ପୂର୍ବରୁ ବିଭିନ୍ନ ଜନହିତକର କାର୍ଯ୍ୟ କରି ଅଂଚଳରେ ଉଦାହରଣ ସାଜିଥିବା ବେଳେ ଏହି ସଂଘ ପକ୍ଷରୁ କିଛି ଦିନ ପୂର୍ବରୁ କାଉଡିଆ ମାନଙ୍କୁ ନିକଟସ୍ଥ ବାଣେଶ୍ୱର ମନ୍ଦିରରେ ପ୍ରସାଦ ସେବନ ବନ୍ଦୋବସ୍ତ କରାଇଥିବା ବେଳେ ବିଗତ ସ୍ୱାଧୀନତା ଦିବସ ଅବସରରେ ସଂଘର ସମସ୍ତ କର୍ମକର୍ତା ଉତ୍ସାହର ସହକାରେ ଘଟଗାଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ ଭଳି ସମାଜସେବା କାର୍ଯ୍ୟକରି ଅଂଚଳରେ ପ୍ରଶଂସିତ ହୋଇଥିଲେ। କେରଳ ବନ୍ୟା ବିପନ୍ନଙ୍କ ପାଇଁ ଘଟଗାଁ ବଜାରରେ ଦୋକାନ ଦୋକନ ବୁଲି କିଛି ଅର୍ଥରାଶି…

"ଘଟଗାଁ ଯୁବସେବା ସଂଘ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା"

ବିପଦ ଶଙ୍କୁଳ ଗୃହରେ ଚାଲିଛି ବେଢାପାଳ ଅଙ୍ଗନୱାଡି କେନ୍ଦ୍ର

ଘଟଗାଁ, ତା୨୨ ଅଗଷ୍ଟ(ଓଡିଆ ପୁଅ/ଭବାନୀ ପ୍ରସାଦ)କେନ୍ଦୁଝର ଜିଲ୍ଲା ସମନ୍ନିତ ସମାଜ ମଙ୍ଗଳ ପ୍ରଶାସନଙ୍କ ଇଚ୍ଛାଶକ୍ତି ଓ ଆନ୍ତରିକତା ତଥା ତଦାରଖ ଅଭାବରୁ ଘସିପୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଘଟଗାଁ ବ୍ଲକ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ (ଆଇ.ସି.ଡି.ଏସ) ପକ୍ଷରୁ ପରିଚାଳିତ ବେଢାପାଳ ଆମ ଅଙ୍ଗନୱାଡି କେନ୍ଦ୍ରଟି ଦୀର୍ଘ ଏକ ଦଶନ୍ଧି ହେବ ବିପଦ ଶଙ୍କୁଳ ଛାତ ଗୃହରେ ଚାଲିଥିବାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ ଯେ ସରକାରଙ୍କ ଲୋକାଭିମୁଖି ଯୋଜନା ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ ସହିତ ପ୍ରାକ୍ ଶିକ୍ଷା ପାଇଁ ୧୯୮୬ ମସିହାରୁ ଘଟଗାଁ ବ୍ଲକରେ ଶିଶୁ ବିକାଶ ପ୍ରକଳ୍ପ…

"ବିପଦ ଶଙ୍କୁଳ ଗୃହରେ ଚାଲିଛି ବେଢାପାଳ ଅଙ୍ଗନୱାଡି କେନ୍ଦ୍ର"

ରେଳ ଧାରଣାରୁ ମିଳିଲା ପୂର୍ବତନ ସେନା କର୍ମଚାରୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ଘଟଗାଁ, ୨୨-୮ (ଓଡିଆ ପୁଅ/ ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ପୂର୍ବତନ ସେନାକର୍ମଚାରୀଙ୍କ ଆତ୍ମହତ୍ୟା। ମୃତକ ହେଲେ ଗଣନାଥ ଗିରି। ସୂଚନା ଅନୁଯାୟୀ କୋଣସି କାରଣକୁ ଗଣନାଥଙ୍କ ଶହ ପାରିବାରିକ କଳହ ଲାଗିରହିଥିଲା। ତେବେ ଆଜି ସକାଳୁ ଘରୁ ଚାଲିଆସି ଗ୍ରାମ ନିକଟସ୍ଥ ରେଳ ଧାରଣାରେ ସେ ଆତ୍ମହତ୍ୟା କରିଛନ୍ତି।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି। ତେବେ ଏହା ପ୍ରକୃତରେ ଆତ୍ମହତ୍ୟା ନା ଆଉକିଛି ତାହା ସ୍ପଷ୍ଟ ହୋଇନାହିଁ।

"ରେଳ ଧାରଣାରୁ ମିଳିଲା ପୂର୍ବତନ ସେନା କର୍ମଚାରୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ"

ପୁଅର ଠେଙ୍ଗା ମାଡ଼ରେ ବାପ ମୃତ

ଘଟଗାଁ, ୨୨.୦୮(ଓଡିଆ ପୁଅ/ଭବାନିପ୍ରସାଦ)-ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗ୍ରାମରେ ପୁଅର ଠେଙ୍ଗା ମାଡରେ ବାପ ମୃତ. ମୃତକ ରବି ନାଏକ(୪୦) ଅଭିଯିକ୍ତ ପୁଅ ରସାନନ୍ଦ ନାଏକ ଓ ସହଯୋଗି ଦୁଲ୍ଲଭ ନାଏକ ଥାନାରେ ଅଟକ। ସୂଚନା ମୁତାବକ ପାରିବାରିକ କଳହକୁ ନେଇ ମଙ୍ଗଳବାର ସଂଧ୍ୟା ସମୟରେ ରସାନନ୍ଦ ଓ ଦୁଲ୍ଲଭ ମଦ୍ୟପାନ କରି ରବି ନାଏକଙ୍କ ସାଙ୍ଗରେ ଝଗଡ଼ା ଲାଗିଥିଲେ। ତାହାକୁ ନେଇ ରସାନନ୍ଦ ଓ ସହଯୋଗୀ ରାଗି ଯାଇ ରବିଙ୍କୁ ଠେଙ୍ଗାରେ ମାଡ ମାରିଥିବାର ଜଣାପଡିଛି। ଉକ୍ତ ଠେଙ୍ଗା ମାଡରେ ରବିଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମର ଲୋକମାନେ ଖବର ପାଇ ସଙ୍ଗେ ସଙ୍ଗେ ପଣ୍ଡାପଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ…

"ପୁଅର ଠେଙ୍ଗା ମାଡ଼ରେ ବାପ ମୃତ"

ଯୁବକକୁ ଶାବଳରେ ପିଟିପିଟି ହତ୍ୟା

ଘଟଗାଁ, ୨୧/୦୮( ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଦୁଖାବାହାଳି ଗ୍ରାମରେ ଅଭାବନୀୟ ଘଟଣା। ନିଶାସକ୍ତ ଅବସ୍ଥାରେ ଶାବଳରେ ପିଟିପିଟି ଯୁବକକୁ ହତ୍ୟା। ମୃତ ଯୁବକ ହେଲେ ନେପାଳି ମଲ୍ଲାର।ମୃତକଙ୍କ ପତ୍ନୀଙ୍କ କହିବା ଅଭିଯୋଗ ଅନୁଯାୟୀ ଗ୍ରାମର ବିଦେଶୀ ମଲ୍ଲାର ଓ କାର୍ତ୍ତିକ ମଲ୍ଲାର ନିଶାସକ୍ତ ଅବସ୍ଥାରେ ନେପାଳିକୁ ପ୍ରଥମେ ବାଡ଼ିରେ ଓ ପରେ ଶାବଳରେ ମୁଣ୍ଡକୁ ପିଟିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ଘରକୁ ନେଇଥିବା ବେଳେ ଘରେ ତାର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ପହଁଚି ଶବକୁ ଜବତ କରିବା ସହିତ ୨ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

"ଯୁବକକୁ ଶାବଳରେ ପିଟିପିଟି ହତ୍ୟା"