Home କେନ୍ଦ୍ରାପଡ଼ା ମାଗଣା ଚକ୍ଷୁ ଚିକିତ୍ସା ଶିବିର

ମାଗଣା ଚକ୍ଷୁ ଚିକିତ୍ସା ଶିବିର

178

କେନ୍ଦ୍ରାପଡା ୨୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଦକ୍ଷିଣେଶ୍ୱର ଯୁବକ ସଙ୍ଘ ଆନୁକୁଲ୍ୟରେ ଶନିବାର ବଡପଡା ଗ୍ରାମପଂଚାୟତର କାଠିଆପଡା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଚଣ୍ଡିଖୋଲର ସାଇ ନେତ୍ର ମନ୍ଦିର ପକ୍ଷରୁ ଡାକ୍ତର ଓ ଷ୍ଟାଫମାନେ ଯୋଗଦେଇ ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଆସନ୍ତା ଦିନରେ ଅସ୍ତ୍ରୋ୍ରପ୍ରଚାର କରିବାକୁ ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରୋଗୀର ମୋତିଆବିନ୍ଦୁ ଅସ୍ତ୍ରୋ୍ରପ୍ରଚାର ସମ୍ପୂର୍ଣ୍ଣ ମାଗଣାରେ କରାଯିବ।

ଏହି ଶିବିରକୁ ପ୍ରିୟବତ ପାଢୀ, ଦେବାଶିଷ ଦାଶ, ଚନ୍ଦନ ଦାଶ, ପ୍ରମୋଦ କର, ସରୋଜକାନ୍ତ ମହାନ୍ତି, ଅବିନାଶ ମହାରଣା, କଳାକାର ପଣ୍ଡା ଓ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.