Home Top News ଅଭିଯୁକ୍ତ ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ: ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ଅଭିଯୁକ୍ତ ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ: ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

40

ଭୁବନେଶ୍ୱର: ଓଡ଼ିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ସନସାଇନ ସ୍କୁଲ ଅଧ୍ୟକ୍ଷା ୨୪ ବର୍ଷୀୟା ମମିତା ମେହେର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଅମାନବୀୟ ଘଟଣାର ଅଭିଯୁକ୍ତଙ୍କ ସହ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପର୍କ ପ୍ରସଙ୍ଗରେ ବହୁ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହି ସଂପର୍କ କାରଣରୁ ଗିରଫ ହୋଇଥିବା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଷଡ଼ଯନ୍ତ୍ର କରି ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡକୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଦୃଢ଼ ନିନ୍ଦା କରାଯାଉଛି ବୋଲି କହିବା ସହ ଏହି ଘଟଣାରେ ସଂପୃକ୍ତିର ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନଥୀ ଶ୍ରୀନିବାସନ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦାବି କରିଛନ୍ତି। ଗତ ୮ ତାରିଖରୁ ନିଖୋଜ ଥିବା ସଂପର୍କରେ ମମିତା ମେହେରଙ୍କ ପରିବାର ତରଫରୁ ଥାନାରେ ଏଫଆଇଆର ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ବହୁ ଚାପ କାରଣରୁ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଥିଲା। ମାତ୍ର ଗିରଫର ୪ ଦିନ ପରେ ଶ୍ରୀ ସାହୁ ପୋଲିସ ବ୍ୟାରେକରୁ ଚମ୍ପଟ ମାରିଥିଲେ। ଏହା ପରେ ମୃତ ମମିତାଙ୍କ ମୃତ ଶରୀର ଅର୍ଦ୍ଧପୋଡ଼ା ଅବସ୍ଥାରେ ମାଟି ତଳୁ ଉଦ୍ଧାର କରାଯାଇଥିଲା। ସ୍କୁଲରେ ଅଧୟନ କରୁଥିବା ଛାତ୍ରୀମାନଙ୍କୁ ପରୀକ୍ଷାରେ ମାର୍କର ଭୟ ଦେଖାଇ ଅଭିଯୁକ୍ତ ଶ୍ରୀ ସାହୁ ସେକ୍ସ ରାକେଟ ଚଳାଉଥିବାର ସଂଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏପରିକି ମନ୍ତ୍ରୀ ଶ୍ରୀ ମିଶ୍ର ସନସାଇନ ସ୍କୁଲରେ ବହୁ ଥର ରାତ୍ରୀଯାପନ କରିଛନ୍ତି ବୋଲି କହିବା ସହ ଏଭଳି ସଂଗୀନ ଅପରାଧରେ ଶ୍ରୀ ମିଶ୍ର ସଂପୃକ୍ତ ଅଛନ୍ତି ବୋଲି ମୃତ ମମିତାର ପରିବାରବର୍ଗ ମଧ୍ୟ ଅଭିଯୋଗ ଆଣିଛନ୍ତି।ମୃତ ମମିତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିଳମ୍ବେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ପଇଁ ଶ୍ରୀମତୀ ଶ୍ରୀନିବାସନ ଦାବି କରିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.