Home Top News ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ : ଆସନ୍ତାକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ...

ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ : ଆସନ୍ତାକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଇଆଇଟି ଜାମ୍ମୁର ନୂତନ ଗୃହ ଏବଂ ଅନ୍ୟାନ୍ୟ ସୁବିଧାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

55

– ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ
– ପ୍ରଥମ ଦିନରେ ମାଆ ବୈଷ୍ଣୋ ଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ
– ଶିକ୍ଷାନୁଷ୍ଠାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କଲେ
– ଆସନ୍ତାକାଲି ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ/ ଜାମ୍ମୁକାଶ୍ମୀର, ଅକ୍ଟୋବର ୨୩ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦୁଇଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇଛନ୍ତି। ଏହି ଦୁଇଦିନିଆ ଗସ୍ତ କାଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ରବିବାର) ଆଇଆଇଟି ଜାମ୍ମୁ କ୍ୟାମ୍ପସର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ। ଶନିବାର ଅପରାହ୍ଣରେ ଜାମ୍ମୁରେ ପହଁଚିବା ପରେ କେନ୍ଦ୍ରମନ୍ତ୍ରୀ ମାଆ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହାସହିତ ଆଇଆଇଟି ଜାମ୍ମୁ ଠାରେ ଶିକ୍ଷାନୁଷ୍ଠାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଶିକ୍ଷା ବିଭାଗ ସହ ଜଡ଼ିତ ବିଭିନ୍ନ ବିଷୟରେ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି।

ଆସନ୍ତାକାଲି ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଆଇଟି ଜାମ୍ମୁର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ପରେ ଅନ୍ୟ ଏକ ଇ-ଉଦଘାଟନୀ କାର୍ଯ୍ୟରେ ସାମିଲ ହେବେ। ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନ ଠାରେ ସାକ୍ଷାତ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.