Home ଅପରାଧ ଲଜ୍ଜା : ଯୁବତୀକୁ ଅପହରଣ, ମାଡ଼, ଗଣ ଦୁଷ୍କର୍ମ ଏବଂ ନଗ୍ନ ଅବସ୍ଥାରେ ଅଧ କିଲୋମିଟର...

ଲଜ୍ଜା : ଯୁବତୀକୁ ଅପହରଣ, ମାଡ଼, ଗଣ ଦୁଷ୍କର୍ମ ଏବଂ ନଗ୍ନ ଅବସ୍ଥାରେ ଅଧ କିଲୋମିଟର ଦୌଡ଼ିବା ଘଟଣା

961

ରାଜସ୍ଥାନ ୧୩-୯ (ଓଡ଼ିଆ ପୁଅ) ରାଜସ୍ଥାନର ଭୀଲୱାଡ଼ାରେ ଜଣେ ଯୁବତୀ ମନ୍ଦିରକୁ ଯାଉଥିବା ସମୟରେ ଅପହରଣ କରି ମାଡ଼ ମାରିବା, ପରେ ବଳାତ୍କାର ପରି ଭୟାନକ ଘଟଣା ଏବଂ ଏହା ପରେ ଆତଙ୍କୀତ ଅବସ୍ଥାରେ କିଶୋରୀ ବିନା ବସ୍ତ୍ରରେ ନଗ୍ନ ଅବସ୍ତାରେ ଅଧ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ନିଜର ପ୍ରାଣ ବଞ୍ଚାଇବା ପରି ଦୁଃଖ ଦାୟକ ତଥା ଅତି ଭୟାନକ ଘଟଣା ସାମନାକୁ ଆସିଛି।

ଖବର ଅନୁଯାୟୀ ତିନିଜଣ ପୁରୁଷ ତାକୁ ଅପହରଣ କରି ତା’ର ସହିତ ବଳାତ୍କାର କରିଥିଲେ, ଯୁବତୀ ଜଣକ ମନ୍ଦିରକୁ ଯିବା ରାସ୍ତାରେ ଏହି ଘଟଣା ଘଟିଛି।

ସବୁଠାରୁ ଦୁଃଖର ବିଷୟଯେ, ଯେତେବେଳେ ଜଣେ ଅଜଣା ବ୍ୟକ୍ତି, ଯୁବତୀଙ୍କୁ ସହାୟତା କରିବାକୁ ଚେଷ୍ଟା କଲେ ଯୁବତୀ ଜଣକ ବିଶ୍ୱାସ ନକରି ନଗ୍ନ ଅବସ୍ଥାରେ ଅଧ କିଲୋମିଟର ଦୌଡ଼ିଥିଲେ। କିଛି ସମୟ ପରେ ଯୁବତୀ ରହିଯାଇଥିଲେ, ସେହି ବ୍ୟକ୍ତି ନିଜର ବସ୍ତ୍ର ଯୁବତୀଙ୍କୁ ଦେଇଥିଲେ ଏବଂ ତାଙ୍କୁ ନିଜର ଘରକୁ ନେଇଥିଲେ।

ପୁଲିସ ଅନୁସାରେ, ଯୁବତୀର ଜଣେ ସାଙ୍ଗ ନିକଟରେ ଥିବା ଏକ ବଜାରକୁ ଯାଇ ଜଣେ ଦୋକାନୀଙ୍କର ସହାୟତା ମାଗିଥିଲେ କହିଥିଲେ କି ତା’ର ଜଣେ ନାବାଳିକା ସାଙ୍ଗକୁ ଅପହରଣ କରିନିଆଯାଇଛି। ଯେତେବେଳେ ଦୋକାନୀ ଜଣକ ଘଟଣା ସ୍ଥଳରେ ପହଁଚିଲେ ସେତେବେଳେ ସେ ତିନିଜଣ ଯୁବକ ଯୁବତୀଙ୍କୁ ବଳାତ୍କାର କରୁଥିଲେ ଏବଂ ତାକୁ ମାରୁଥିଲେ। ଦୋକାନୀ ଜଣକ କହିଛନ୍ତିଯେ, “ମୋତେ ଦେଖିକରି ସେମାନେ ପଳାୟନ କରିଥିଲେ। କିନ୍ତୁ ଯୁବତୀ ଜଣକ ଏତେ ଭୟଭୀତ ହୋଇଯାଇଥିଲେଯେ, ମୋତେ (ଉକ୍ତ ଦୋକାନୀଙ୍କୁ) ବିଶ୍ୱାସ ନକରି ନଗ୍ନ ଅବସ୍ଥାରେ ଅଧ କିଲୋମିଟର ପର୍ଯ୍ୟନ୍ତ ବିନା ବସ୍ତ୍ରରେ ଦୌଡ଼ିଥିଲେ, ନିଜର ଆତ୍ମରକ୍ଷା ପାଇଁ। ଆରମ୍ଭରୁ ସେ ମୋ ଉପରେ ଭରସା କରିବା ଏବଂ ମୋର ସହାୟତା ନେବାକୁ ମନା କରିଥିଲେ। କିନ୍ତୁ କିଛି ସମୟ ପରେ ସେ ମୋ ଉପରେ ଭରସା କରିଥିଲେ। ମୁଁ ମୋର କପଡ଼ା ତାଙ୍କୁ ଦେଇଥିଲି ଏବଂ ତାଙ୍କୁ ତାଙ୍କ ଘରେ ଛାଡ଼ିଥିଲି।’ ଦୁକାନୀ ଜଣକ ଗଣ ମାଧ୍ୟମକୁ କହିଛନ୍ତି।

ଭୀଲୱାଡ଼ାର ଏସପି ହରେନ୍ଦ୍ର ମହାବର କହିଛନ୍ତିଯେ, ଯୁବତୀ ଜଣକ ତା’ର ସାଙ୍ଗ ସହିତ ଏକ ମନ୍ଦିରକୁ ଯାଉଥିଲେ, ସେତେବେଳେ ତିନିଜଣ ସଂଦିଗ୍ଧ ସଡ଼କ କଡ଼ରେ ମଦ ସେବନ କରୁଥିଲେ ଯୁବତୀକୁ ଦେଖି ତାଙ୍କର ପିଛା କରିଥିଲେ। ” ଯେତେବେଳେ ତା’ ସାଙ୍ଗ ଜଣକ ବର୍ତ୍ତିଯାଇଥିଲେ, ଅଭିଯୁକ୍ତମାନେ ଯୁବତୀଙ୍କୁ ଅପହରଣ କରି ଅଲଗା ଜାଗାକୁ ନେଇଯାଇଥିଲେ ଏବଂ ତା’ ସହିତ ବଳାତ୍କାର କରିଥିଲେ,”।

ନାବାଳିକା ସହିତ ଯୌନ ଅପରାଧ ଏବଂ ଅନୁସୂଚିତ ଜାତି ବିରୁଦ୍ଧରେ ଅତ୍ୟାଚାର ଏବଂ ଅନ୍ୟ ଦଣ୍ଡ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଯୁବତୀର ମାତା-ପିତା ମଧ୍ୟ ପୁଲିସ ପାଖରେ ଅଭିଯୋଗ କରିଛନ୍ତି।

ଦୋକାନୀ, ପୀଡ଼ିତା ଏବଂ ତା’ ସାଙ୍ଗର ବୟାନ ପୋଲିସ୍ ନେଇ ସାରିଛି।

ରାଜୁ କହାର, କୈଲାଶ କହାର ଏବଂ ନାରାୟଣ ଗୁର୍ଜର ନାମକ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.