Home ଓଡ଼ିଶା ଗଜପତିରେ ଡେଙ୍ଗୁ ଆତଙ୍କ

ଗଜପତିରେ ଡେଙ୍ଗୁ ଆତଙ୍କ

128

ଗଜପତି, ୧୩/୦୯, (ଓଡ଼ିଆ ପୁଅ ପି ନାଏକ): ଏବେଠୁ ଡରାଇଲାଣି ଡେଙ୍ଗୁ। ତେବେ ଆଉ କେଉଁଠି ନୁହେଁ ବରଂ ଗଜପତି ଜିଲ୍ଲା ବାଘଶାଳା ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ। ଗାଁର ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ଆଠ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତ ଆକ୍ରାନ୍ତଙ୍କୁ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ତେବେ ରାସ୍ତାଘାଟରେ କୁଢ଼ କୁଢ଼ ମଇଳା ପଡ଼ି ରହିଥିବାବେଳେ ଡ୍ରେନ ସଫେଇ ହୋଇନାହିଁ। ପାଣି ଜମି ରହିବା ଯୋଗୁ ମଶା ବଂଶବିସ୍ତାର କରୁଛନ୍ତି। ଯାହାଫଳରେ ଡେଙ୍ଗୁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.