Home ଅପରାଧ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍: ଟିଚର୍,ଷ୍ଟୁଡେଣ୍ଟଙ୍କ ସମେତ ୪୨ ଗିରଫ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍: ଟିଚର୍,ଷ୍ଟୁଡେଣ୍ଟଙ୍କ ସମେତ ୪୨ ଗିରଫ

407

●ଅନଲାଇନ ହେଉଥିଲା ବୁକିଂ
●ଗ୍ରାହକଙ୍କୁ ମିଳୁଥିଲା ମନପସନ୍ଦର ଝିଅ
●ନିଶା ଇଞ୍ଜେକସନ୍ ମଧ୍ୟ ଥିଲା ଉପଲବ୍ଧ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମେରୁଟର ଲାଲକୁର୍ତ୍ତି ଥାନା ଅନ୍ତର୍ଗତ ବେଗମପୁଲ ଅଞ୍ଚଳରେ ଥିବା ଔଶମ ନାମକ ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟର ପର୍ଦାଫାଶ ହୋଇଛି।ହୋଟେଲ ରୁମକୁ ଭଡ଼ା ସୂତ୍ରରେ ନେଇ ଏଠାରେ ଦେହ ବେପାର ଚାଲିଥିଲା।ଅଚାନକ ପୋଲିସ ଚଢ଼ାଉ କରି ସେଠାରୁ ପ୍ରାୟ ୪୨ ଜଣ ଯୁବକ/ଯୁବତୀଙ୍କୁ ହୋଟେଲର ବିଭିନ୍ନ ରୁମରୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଛି।ଗିରଫଙ୍କ ଭିତରେ ପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ସହିତ ଛାତ୍ରଛାତ୍ରୀ ଏବଂ ପିଏସସିର ସିପାହୀ ମଧ୍ୟ ରହିଛନ୍ତି।ରୁମ ଭିତରୁ ବହୁ ପରିମାଣରେ ଆପତ୍ତିଜନକ ବସ୍ତୁ ଜବତ କରାଯାଇଛି।ଚଢାଉ ବେଳେ ଅଭିଯୁକ୍ତମାନେ ଖସି ଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା।

ହୋଟେଲର ମାଲିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ହୋଟେଲର କିଛି କର୍ମଚାରୀଙ୍କୁ ଗିରଫ କରାଯାଇଛି।ପୋଲିସର ସୂଚନା ଅନୁସାରେ ସେଠାରେ ହଜାରେରୁ ଦେଢ ହଜାର ଟଙ୍କାରେ ରୁମ୍ ବୁକ୍ କରାଯାଉଥିଲା।ରିସେପସନରେ କିଛି ଯୁବକ/ଯୁବତୀଙ୍କ ଆଇଡି ମିଳିଛି।ହୋଟେଲରେ ଏହି ଧନ୍ଦା ବହୁ ବର୍ଷ ଧରି ଚାଲୁଥିଲା।ବେଗମପୁଲ ଭଳି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏଭଳି ଧନ୍ଦା ଚାଲୁଥିଲେ ମଧ୍ୟ ପୋଲିସ କିନ୍ତୁ, ଏ’ ପର୍ଯ୍ୟନ୍ତ ଅଜଣା ହୋଇ ରହୁଥିଲା।କବାଡି ବଜାରରେ ଯେବେଠାରୁ ରେଡ୍ ଲାଇଟ୍ ଏରିଆ ବନ୍ଦ ହୋଇଛି, ସେବେଠାରୁ ଏହି ହୋଟେଲରେ ଦେହ ବେପାର ବଢିଯାଇଥିବା ଜଣାପଡ଼ିଛି।ସହରର ବିଭିନ୍ନ ହୋଟେଲ, ହୁକାବାର ଓ ବହୁ ରେସ୍ତୋଁରାରେ ଏଭଳି ଅବୈଧ ଧନ୍ଦା ଚାଲିଛି।ହୁକ୍କାବାରରେ ନିଶା ଇଞ୍ଜେକସନ୍ ମଧ୍ୟ ଉପଲବ୍ଧ ହେଉଛି।ସୂଚନା ମୁତାବକ ହୋଟେଲରେ ରୁମ ଅନଲାଇନରେ ବୁକିଂ କରାଯାଉଥିଲା।ଝିଅଙ୍କୁ ସାଙ୍ଗରେ ଧରି ଗ୍ରାହକ ଆସି ହୋଟେଲରେ ରହୁଥିଲେ।ବିନା ଆଇଡି ପ୍ରୁଫରେ ମଧ୍ୟ ଝିଅ ଓ ପୁଅଙ୍କୁ ରହିବା ପାଇଁ ଅନୁମତି ଦିଆଯାଉଥିଲା।ହୋଟେଲରେ ରହୁଥିବା ଗ୍ରାହକଙ୍କୁ ମନ ପସନ୍ଦର ଝିଅ ମଧ୍ୟ ଯୋଗାଇ ଦିଆଯାଉଥିଲା।ସାଧାରଣ ଲୋକ ସେଠାରେ ରହୁଥିଲେ ମଧ୍ୟ ସେହି ଆଢୁଆଳରେ ସେକ୍ସ ରାକେଟ୍ ଚାଲିଥିଲା।// ଦେବଦତ୍ତ ରଥ

ଓଡ଼ିଶା:କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.