Home ଆନ୍ତର୍ଜାତୀୟ ଅଭିନନ୍ଦନ ଙ୍କ ଉପରେ ଫିଲ୍ମ ତିଆରି କରିବ ପାକ୍

ଅଭିନନ୍ଦନ ଙ୍କ ଉପରେ ଫିଲ୍ମ ତିଆରି କରିବ ପାକ୍

438

ନୂଆଦିଲ୍ଲୀ, ୨୭/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ନିଜ ଛୋଟ ପ୍ରକୃତିରୁ ନିବୃତ ରହୁନି ପଡୋଶୀ ପାକିସ୍ତାନ। ଭାରତକୁ ନିଚା ଦେଖାଇବାକୁ ଟିକେ ବି ସୁଯୋଗ ହାତଛଡା କରୁନି। କିଛି ଦିନ ତଳେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଏକ ବିଜ୍ଞାପନ କରିଥିଲା ପାକିସ୍ତାନ। ଯାହାକୁ ନେଇ ବେଶ୍‌ ସମାଲୋଚନାର ଶିକାର ମଧ୍ୟ ହୋଇଥିଲା। ଏବେ କିନ୍ତୁ ଯେମିତି ସୀମା ପାର୍‌ କରିସାରିଛି ଆତଙ୍କୀ ରାଷ୍ଟ୍ର। ଭାରତର ବୀର ପୁଅ ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବାକୁ ଯାଉଛି ପାକିସ୍ତାନ। ଏନେଇ ଘୋଷଣା କରି ସାରିଛନ୍ତି ପାକିସ୍ତାନୀ ଲେଖକ ଖଲୀଲ୍‌ ଉର୍‌ ରହମାନ୍‌। ଫିଲ୍ମର ନାଁ ରହିବ ଅଭିନନ୍ଦନ କମ୍‌ଅନ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.