Home ଜିଲ୍ଲା ପରିକ୍ରମା ଯୁକ୍ତ ଦୁଇ ଛାତ୍ରଙ୍କ ବିୟୋଗ

ଯୁକ୍ତ ଦୁଇ ଛାତ୍ରଙ୍କ ବିୟୋଗ

3

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ରଇପୁର ଗ୍ରାମର ବିଜୟ ବାରିକଙ୍କ ବଡ଼ପୁଅ ବିକ୍ରମ (୧୭)ଙ୍କ ଅକାଳ ବିୟୋଗ ଘଟିଛି। ବିକ୍ରମ ସାଅଁଳପୁରସ୍ଥିତ ଇନ୍ଦିରା ଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଜ୍ୱର ଓ ଝାଡ଼ାରେ ଆକ୍ରାନ୍ତ ହୋଇ ବିକ୍ରମ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ବିକ୍ରମ ସମାଜସେବୀ ନିମାଇଁ ଚରଣ ବାରିକଙ୍କ ନାତି ଥିଲେ। ତାଙ୍କ ମରଶରୀର ଗ୍ରାମରେ ପହଂଚିବା ପରେ ପରିବାରବର୍ଗ, ଆତ୍ମୀୟସ୍ୱଜନ, ସାଙ୍ଗସାଥୀ ଓ ଗ୍ରାମବାସୀଙ୍କ ସମେତ ଆଖପାଖ ଅଂଚଳର ବହୁ ଲୋକ ଶେଷ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ। ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.